Breaking NewsCORONA UPDATESଓଡ଼ିଶା

ଓଡ଼ିଶାରେ କରୋନା ପଜିଟିଭ ଲକ୍ଷେ ପାର,ଆଜି ଚିହ୍ନଟ ହେଲେ ୩,୦୧୪

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ୩୦୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୮୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୪୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୯ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୬୮୪ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୧୬ ଜଣ, କଟକରୁ ୩୩୭  ଜଣ,କନ୍ଧମାଳ ଜିଲ୍ଲାରୁ ୬୦ଜଣ,କୋରାପୁଟରୁ ୧୨୦ଜଣ, କେନ୍ଦ୍ରାପଡ଼ାରୁ ୪୪ଜଣ, କେଉଁଝରରୁ ୬୮ଜଣ ଓ କଳାହାଣ୍ଡିରୁ ୪୦ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୦୨ ଜଣ ,ସୁନ୍ଦରଗଡ଼ରୁ ୯୧ ଜଣ ଓ ସୋନପୁର ଜିଲ୍ଲାରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୩୮ ଜଣ,ଜଗତସିଂହପୁରରୁ ୬୬ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୪୫ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୨୪ ଜଣ, ବାଲେଶ୍ଵରରୁ ୧୩୮ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୩୫ଜଣ ଏବଂ ଭଦ୍ରକରୁ ୪୦ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୯ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୧୮ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୨୯ ଜଣ ,ନବରଙ୍ଗପୁରରୁ ୩୮ ଜଣ ଓ ନୂଆପଡ଼ାରୁ ୭ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୪୯ ଜଣ,ଦେଓଗଡରୁ ୨ ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡାରୁ ୧୦୪ ଜଣ, ଅନୁଗୋଳରୁ ୨୫ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୨୯୨ ଜଣ ଏବଂ ମାଲକାନଗିରିରୁ ୪୯ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୭ ଲକ୍ଷ ୩୧ହଜାର ୫୫୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୯୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୦ ହଜାର ୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ହଜାର ୬୮୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

Share this: