Odisha Covid Reports :ଆଜି ଓଡ଼ିଶାରେ ୧୮୩୩ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୧ ହଜାର ୮୩୩ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୦୬୨  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୭୭୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୯୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୭୭ଜଣ, ବାଲେଶ୍ଵରରୁ ୧୨୯ଜଣ, ବରଗଡ଼ରୁ ୧୦ଜଣ, ଭଦ୍ରକରୁ ୮୯ଜଣ, ବଲାଙ୍ଗୀରିରୁ ୨ଜଣ, କଟକରୁ ୨୪୩ଜଣ, ଦେଓଗଡ଼ରୁ ୬ଜଣ, ଢେଙ୍କାନାଳରୁ ୧୩ଜଣ, ଗଜପତିରୁ ୧୬ଜଣ, ଗଞ୍ଜାମରୁ ୯ଜଣ, ଜଗତସିଂପୁରରୁ ୬୧ଜଣ, ଯାଜପୁରରୁ ୧୧୦ଜଣ, ଝାରସୁଗୁଡାରୁ ୮ଜଣ, କଳାହାଣ୍ଡିରୁ ୬ଜଣ, କନ୍ଧମାଳରୁ ୮ଜଣ, କେନ୍ଦ୍ରାପଡ଼ାରୁ ୮୭ଜଣ, କେଉଁଝରରୁ ୨୪ଜଣ, କୋରାପୁଟରୁ ୯ଜଣ, ମାଲକାନଗିରିରୁ ୧୯ଜଣ, ମୟୁରଭଞ୍ଜରୁ ୫୯ଜଣ, ନବରଙ୍ଗପୁରରୁ ୬ଜଣ, ନୟାଗଡ଼ରୁ ୨୮ଜଣ, ପୁରୀରୁ ୧୩୯ଜଣ, ରାୟଗଡାରୁ ୧୧ଜଣ, ସମ୍ବଲପୁରରୁ ୨୩ଜଣ, ସୋନପୁରରୁ ୧୦ଜଣ, ସୁନ୍ଦରଗଡରୁ ୪୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯୪ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୫ ଲକ୍ଷ ୮୧ ହଜାର ୬୫୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୬୭ ହଜାର ୫୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ହଜାର ୮୬୫ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୪୩ ହଜାର ୬୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮ହଜାର ୯୧୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read | କରୋନା ମହାମାରୀ ସମୟରେ ଭଗବାନ ବୁଦ୍ଧଙ୍କର ଅଧିକ ପ୍ରାସଙ୍ଗିକତା ରହିଛି: ପ୍ରଧାନମନ୍ତ୍ରୀ ମୋଦୀ

Share this: