Odisha Covid-19 Regulations: ଓଡ଼ିଶାରୁ ହଟିଲା କୋଭିଡ କଟକଣା
ଭୁବନେଶ୍ଵର: Odisha Covid-19 Regulations ଗତକିଛି ଦିନ ଲଗାତାର ଭାବେ ଓଡ଼ିଶାରୁ କୋଭିଡ୍ ମହାମାରୀ ସଂକ୍ରମଣ ହ୍ରାସ ପାଇଛି। ଫଳରେ ଆଜି ରାଜ୍ୟ ସରକାର ରାଜ୍ୟରୁ ସମସ୍ତ ପ୍ରକାରର କୋଭିଡ୍ କଟକଣା ଉଠାଇ ଦେଇଛନ୍ତି। ଯେହେତୁ କୋଭିଡ ସଂକ୍ରମଣ ହ୍ରାସ ପାଇଛି, ତେଣୁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।
ଆଜି ସ୍ଵାସ୍ଥ୍ୟ ବିଭାଗ ଟୁଇ୍ଟ କରି ସୂଚନା ଦେଇଛନ୍ତି ଯେ, ଗତ କିଛି ମାସ ହେବ କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର କୋଭିଡ୍ ପାଇଁ ଲାଗୁ କରିଥିବା ସମସ୍ତ କଟକଣାକୁ ଉଠାଇ ଦେଇଛନ୍ତି। ତେବେ ଯେଉଁଠି କୋଭିଡରୁ ସୁରକ୍ଷା ପାଇଁ ଆବଶ୍ୟକ ପଡ଼ିବ, ସେଠାରେ ସ୍ଵେଚ୍ଛାରେ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, କୋଭିଡ ସଂକ୍ରମଣ ବଢ଼ିବା କାରଣରୁ ରାଜ୍ୟ ସରକାର କୋଭିଡ କଟକଣା ଲାଗୁ କରିଥିଲେ। କୋଭିଡ ଆଇନ୍-୨୦୨୦ (Odisha Covid-19 Regulations)ଅନୁଯାୟୀ ଆବଶ୍ୟକତା ଠାରୁ ଅଧିକ ଭିଡ଼ ଲଗାଉଥିବା ଲୋକଙ୍କ ଉପରେ ଜରିମାନା ଲାଗୁକରିବା, ବିନା ମାସ୍କରେ ଚଳପ୍ରଚଳ କରିବା, ବାହାରେ ଛେପ ପକାଇବା ଇତ୍ୟାଦି କାମରେ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
Odisha Covid-19 Regulations, 2020, that imposed restictions and penalties on gatherings, wearing masks, spitting, etc, have been repealed.
— I & PR Department, Odisha (@IPR_Odisha) November 19, 2022
However, Citizens are advised to follow #Covid appropriate behavior voluntarily, as and when need arises. #StaySafe pic.twitter.com/FiFmqiqtzU
Read Also
- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

- Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

