ରାଜ୍ୟରେ ପୁଣି ୫୭୦କରୋନା ପଜିଟିଭ ଚିହ୍ନଟ

Share this:

ରାଜ୍ୟରେ ଆଉ ୫୭୦  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ଆଜି ୧୯ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୧୮ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ କଟକ ଜିଲ୍ଲାରେ ୪୬ ଓ ସୁନ୍ଦରଗଡ଼ ଜିଲାରେ ୪୪  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଯାଜପୁର ରୁ ୪୦ ଓ ଝାରସୁଗୁଡା  ରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ରୁ  ୩୭ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। କେନ୍ଦୁଝର ରୁ ୧୪ ଜଣ ଓ ଗଜପତି ଜିଲ୍ଲାରୁ ୨୫ ଜଣ ଆକ୍ରାନ୍ତ  ହୋଇଛନ୍ତି।  ସେହିପରି ଅନଗୁଳ ଓ କୋରାପୁଟ ଜିଲ୍ଲାରୁ ୧୧ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି।  ସେହିପରି  ଜଗତସିଂପୁର ଜିଲ୍ଲାରୁ ୧୬ ଆକ୍ରାନ୍ତ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି।  ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ୬  ଜଣ ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ଵର ଓ ବୌଦ୍ଧ ଜିଲ୍ଲାରୁ ୩ ଜଣ ଜଣେ ଲେଖାଏଁ  ସଂକ୍ରମିତ ହୋଇଛନ୍ତି। ଭଦ୍ରକ ଜିଲ୍ଲାରୁ ୨ ଜଣ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ସଂକ୍ରମିତ ହୋଇଛନ୍ତି।   

ଖବର ଅନୁସାରେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩ ଲକ୍ଷ ୨୭ ହଜାର ୨୮୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨,୫୨୬  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭,୯୭୨  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୪୭୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: