Breaking NewsCORONA UPDATESଓଡ଼ିଶା

ଓଡ଼ିଶାରେ ଗୋଟେ ଦିନରେ ୩୬୪୫ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୩ ହଜାର ୬୪୫ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୨ହଜାର ୧୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୪୯୪ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯(Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୧୭  ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୪୬ ଜଣ, କଟକରୁ ୩୫୭ ଜଣ, କନ୍ଧମାଳ ଜିଲ୍ଲାରୁ ୯୫ ଜଣ, କୋରାପୁଟରୁ ୯୫ ଜଣ, କେନ୍ଦ୍ରାପଡ଼ାରୁ ୭୫ ଜଣ, କେଉଁଝରରୁ ୫୬ ଜଣ ଓ କଳାହାଣ୍ଡିରୁ ୭୯ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୨୭ ଜଣ, ସୁନ୍ଦରଗଡ଼ରୁ ୮୪ ଜଣ ଓ ସୋନପୁର ଜିଲ୍ଲାରୁ ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୧୬ ଜଣ, ଜଗତସିଂହପୁରରୁ ୯୫ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୯୧ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୫୭ ଜଣ, ବାଲେଶ୍ଵରରୁ ୧୫୬ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩୯ ଜଣ, ବୌଦ୍ଧରୁ ୩୦ ଜଣ ଏବଂ ଭଦ୍ରକରୁ ୧୪୩ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୯ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୪୬ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୩୮ ଜଣ, ନବରଙ୍ଗପୁରରୁ ୯୦ ଜଣ ଓ ନୂଆପଡ଼ାରୁ ୯୦ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୬୮ ଜଣ, ଦେଓଗଡରୁ ୧୫ ଜଣ, ରାୟଗଡାରୁ ୭୯ ଜଣ, ଅନୁଗୋଳରୁ ୩୯ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୩୭ ଜଣ ଏବଂ ମାଲକାନଗିରିରୁ ୩୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୩୪୪ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ୧୬ ହଜାର ୪୫୭ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୫୮ ହଜାର ୬୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୨୨ ହଜାର ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫ ହଜାର ୯୨୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read :

ଦେଶରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତ,ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡ଼ିଶା ୬ରେ

‘ବଡ଼ଭାଇ’ ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ

Share this: