ରାଜ୍ୟରେ ପୁଣି ୫୭୧କରୋନା ପଜିଟିଭ ଚିହ୍ନଟ

Share this:

ରାଜ୍ୟରେ ଆଉ ୫୭୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୮ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ଆଜି ୨୧ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୭୩  ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଗଜପତି  ଜିଲ୍ଲାରେ ୫୬ ଓ ବରଗଡ଼  ରେ ସୁନ୍ଦରଗଡ଼ ଜିଲାରେ ୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ରାୟଗଡ଼ା ଜିଲ୍ଲାରେ ୧୦ ଜଣ ଚିହ୍ନଟ ହୋଇଛନ୍ତି। କେଉଁଝର ଜିଲ୍ଲାରୁ ୭ ଜଣ ଆକ୍ରାନ୍ତ  ହୋଇଛନ୍ତି।  ସେହିପରି ଭଦ୍ରକ , ଝାରସୁଗୁଡା,ଢେଙ୍କାନାଳ ଏବଂ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୩୭ ଓ  ଜଗତସିଂପୁର ଜିଲ୍ଲାରେ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି।  ବାଲେଶ୍ଵର ଜିଲାରୁ ୨୮ଜଣ ଆକ୍ରାନ୍ତ ହୋଇଛନ୍ତି। କଟକ ଜିଲ୍ଲାରୁ ୨୯ ଜଣ ଆକ୍ରାନ୍ତ  ହୋଇଛନ୍ତି।  ସେହିପରି ପୁରୀ ଜିଲ୍ଲାରୁ ୪ ଜଣ  ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ରାପଡ଼ା ରେ ୩ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ୬ ଜଣ ଓ ଯାଜପୁର ଜିଲ୍ଲାରେ ୧୬ ଜଣ ସଂକ୍ରମିତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ୧୪ ଜଣ ଓ  ନବରଙ୍ଗପୁର ଜିଲାରୁ ୭ ଆକ୍ରାନ୍ତ ହୋଇଛନ୍ତି। ସେହିପରି ବଲାଙ୍ଗୀରି ଜିଲ୍ଲାରୁ ୫ ଜଣ ସଂକ୍ରମିତ ହୋଇଛନ୍ତି।

ଖବର ଅନୁସାରେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩ ଲକ୍ଷ ୨ ହଜାର ୭୮୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୦୦୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ୬୪୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫୫୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: