Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି

School Reopens:ଆସନ୍ତା କାଲି ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ

Share this:

ଭୁବନେଶ୍ୱର: ବଦଳିଛି ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି। ପ୍ରାଥମିକ ସ୍କୁଲ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ। ଆସନ୍ତା କାଲି ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ବର୍ତ୍ତମାନ କାର୍ଯ୍ୟକାରୀ ହେବ ନାହିଁ।

ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପାଖାପାଖି ୨୩ ହଜାର ବିଦ୍ୟାଳୟ ଖୋଲିବାର ବନ୍ଦୋବସ୍ତ କରାଯାଇଥିଲା। ଏଥିସହିତ ବାକି ୩୦୯୩ ବିଦ୍ୟାଳୟକୁ ଆସନ୍ତା ଜାନୁୟାରୀ ୧୦ ତାରିଖ ଠାରୁ ଖୋଲିଥାନ୍ତା। ଇତି ମଧ୍ୟରେ ପଦାଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡିତ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରିଛନ୍ତି।

ସାମ୍ପ୍ରତିକ ସ୍ୱାସ୍ଥ୍ୟଜନିତ ପରିସ୍ଥିତି, ବିଶେଷ ଭାବରେ ଗତ ଦୁଇଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ରିପୋର୍ଟକୁ ଦେଖିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯାହା ଫଳରେ ଆସନ୍ତା ୩ ତାରିଖରେ ରାଜ୍ୟର ପ୍ରାଥମିକ ସ୍କୁଲ ଖୋଲିବାକୁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହାକୁ ଏବେ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। କିନ୍ତୁ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଜାରି ରହିବ।

Share this: