NH-55 ର ନିର୍ମାଣ କାର୍ଯ୍ୟ ଶୀଘ୍ର ହେବ ଶେଷ: ଧର୍ମେନ୍ଦ୍ର ପ୍ରଧାନ

Share this:

ଢେଙ୍କାନାଳ: NH-55 Road: ଢେଙ୍କାନାଳ ଜିଲ୍ଲାର ଜୀବନ ରେଖା କୁହାଯାଉଥିବା, କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର (Cuttack-Sambalpur NH-55) ନିର୍ମାଣ କାର୍ଯ୍ୟକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି ଯେ କଟକ–ଢେଙ୍କାନାଳ–ଅନୁଗୁଳ ଜାତୀୟ ରାଜପଥ (Cuttack-Dhenkanal-Angul NH-55) ର ନିର୍ମାଣ କାର୍ଯ୍ୟ ଖୁବ୍‍ଶୀଘ୍ର ଶେଷ ହେବ।

ସୂଚନାଯୋଗ୍ୟ ଗତକାଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଢେଙ୍କାନାଳ ମିନି ଷ୍ଟାଡ଼ିୟମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପ୍ରୟାସ” ପକ୍ଷରୁ ଆୟୋଜିତ ରାବଣ ପୋଡ଼ି ମହୋତ୍ସବ -୨୦୨୨ରେ ଯୋଗଦେଇ ସମାଜସେବା, କଳା ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ଜିଲ୍ଲାର ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

 

ଏହି ଅବସରରେ ଜାତୀୟ ରାଜପଥ ୫୫ର ଶୋଚନୀୟ ଅବସ୍ଥା ଓ କାର୍ଯ୍ୟରେ ଶିଥିଳତା ନେଇ ସେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅବଗତ କରାଇଛନ୍ତି। ଏହି ରାଜପଥ ନିର୍ମାଣ କାର୍ଯ୍ୟର ଦାୟିତ୍ୱ ନେଇଥିବା ସଂସ୍ଥା ବର୍ତ୍ତମାନ ଦେବାଳିଆ ହୋଇଯାଇଥିବାରୁ କେନ୍ଦ୍ର ସରକାର ଅନ୍ୟ ତିନୋଟି ଠିକାଦାର ସଂସ୍ଥାକୁ ଏହାର କାର୍ଯ୍ୟ ଦେଇଛନ୍ତି। ତେଣୁ ଖବ୍‍ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Read Also | Odisha Weather : ଲଘୁଚାପ ଦୁର୍ବଳ, କିନ୍ତୁ ୧୬ ଜିଲ୍ଲାରେ ହେବ ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

Share this:

2 thoughts on “NH-55 ର ନିର୍ମାଣ କାର୍ଯ୍ୟ ଶୀଘ୍ର ହେବ ଶେଷ: ଧର୍ମେନ୍ଦ୍ର ପ୍ରଧାନ

Leave a Reply

Your email address will not be published. Required fields are marked *