Breaking NewsCORONA UPDATESଜାତୀୟ

Corona Virus: ଭାରତରେ କରୋନା ଭୂତାଣୁ ଆରୋଗ୍ୟ ହାର ୯୩ ପ୍ରତିଶତ

Share this:

ନୂଆଦିଲ୍ଲୀ: ଭାରତରେ କୋଭିଡ୍‍ ଭୂତାଣୁ (Covid-19) ଆରୋଗ୍ୟ ହାର ପ୍ରାୟ ୯୩ ପ୍ରତିଶତରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାରରୁ ଊର୍ଦ୍ଧ୍ୱ କୋଭିଡ୍‍ ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି।

ବର୍ତ୍ତମାନ ଦେଶରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୮୧ ଲକ୍ଷ ୧୫ ହଜାର ଅତିକ୍ରମ କରିଥିବା। ମୋଟ୍‍ ସଂକ୍ରମିତ ସଂଖ୍ୟାର ୫.୫୫ ପ୍ରତିଶତ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲ୍‍ରେ ଚିକିତ୍ସିତ ହେଉଛନ୍ତି। ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ ୮୪ ହଜାର ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୮୭୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୮୭ ଲକ୍ଷ ଅତିକ୍ରମ କରିଥିବା ଜଣାଯାଇଛି।

[masterslider id=”3″]

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କୋଭିଡ୍‍ ମହାମାରୀକୁ ନିୟନ୍ତ୍ରଣ କରିବା ଦିଗରେ ଉପଯୁକ୍ତ ସମୟରେ ଚିହ୍ନଟ, ନମୁନା ପରୀକ୍ଷା ଓ ଚିକିତ୍ସା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଥିବାରୁ ଦେଶରେ ମୃତ୍ୟୁହାର ମଧ୍ୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

Also Read | Coronavirus India: ଗତ ୨୪ ଘଣ୍ଟାରେ ୪୪,୮୭୮ ଜଣ ନୂଆ ସଂକ୍ରମିତ, ୫୪୭ ମୃତ

Share this: