ନୂଆ ରେକର୍ଡ ସହ ୧୮୩୩ କରୋନା ପଜିଟିଭ ଚିହ୍ନଟ,ଗଞ୍ଜାମକୁ ବଳିଗଲା ଖୋର୍ଦ୍ଧା

Share this:

ଭୁବନେଶ୍ଵର :ରାଜ୍ୟରେ ଆଜି ୧୮୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୧୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୧୫ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୯ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୨୯୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରେ ୨୭୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକରୁ ୧୨୪    ଜଣ,କନ୍ଧମାଳ ଜିଲ୍ଲାରୁ ୧୬ ଜଣ,କୋରାପୁଟରୁ ୪୭ ଜଣ, କେନ୍ଦ୍ରାପଡ଼ାରୁ ୩୪  ଜଣ ,କେଉଁଝର ରୁ ୧୬ ଜଣ ଓ କଳାହାଣ୍ଡିରୁ ୮୪ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୩୯ଜଣ ,ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦ଜଣ ଓ ସୋନପୁରରୁ ୩୩ ଜଣ ଆକ୍ରାନ୍ତ ହୋଇଛନ୍ତି। ରାୟଗଡା ଜିଲ୍ଲା ରୁ ୧୫୨   ଜଣ,  ଯାଜପୁର ଜିଲ୍ଲାରୁ ୬୦ଜଣ ,ଜଗତସିଂହପୁରରୁ ୧୬ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୩୦ଜଣ  ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୮ ଜଣ, ବାଲେଶ୍ଵରରୁ ୬୯ ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୩୭ଜଣ ,ବୌଦ୍ଧଜିଲ୍ଲା ରୁ ୩୪ ଜଣ  ଏବଂ ଭଦ୍ରକ ଜିଲ୍ଲାରୁ ୫୦ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୩୫ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୬୭ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୬୧ଜଣ ,ନବରଙ୍ଗପୁରରୁ ୧୧ଜଣ ଓ ନୂଆପଡ଼ା ରୁ  ଜଣେ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୪୩ ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳରୁ ୯ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୩୪  ଜଣ ଓ ମାଲକାନଗିରିରୁ ୩୬ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬ ଲକ୍ଷ ୧୬ ହଜାର ୬୪୬ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪୨ହଜାର ୫୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୬ ହଜାର ୮୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ୧୫ ହଜାର ୩୭୦ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: