ଆଜି ପୁଣି ଚିହ୍ନଟ ହେଲେ୧୩୮୪ କରୋନା ପଜିଟିଭ

Share this:

ଭୁବନେଶ୍ଵର :ରାଜ୍ୟରେ ଆଜି ୧୩୮୪  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୮୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୯୫ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୮୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୨୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକରୁ ୧୨୧ ଜଣ,କନ୍ଧମାଳ ଜିଲ୍ଲା ରୁ ୬୨ ଜଣ,କୋରାପୁଟରୁ ୪୯ ଜଣ, କେନ୍ଦ୍ରାପଡ଼ାରୁ ୧୨ ଜଣ ,କେଉଁଝର ରୁ ୬୬ ଜଣ ଓ କଳାହାଣ୍ଡିରୁ ୪୭  ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୮୨ଜଣ ,ସୁନ୍ଦରଗଡ଼ ଜିଲ୍ଲାରୁ ୬୪ ଜଣ ଓ ସୋନପୁରରୁ ଜଣେ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୩୯ ଜଣ ,ଜଗତସିଂହପୁରରୁ ୨୦ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୩ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୦ ଜଣ, ବାଲେଶ୍ଵରରୁ ୩୭ ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୫ ଜଣ ,ବୌଦ୍ଧଜିଲ୍ଲା ରୁ ୨ ଜଣ ଏବଂ ଭଦ୍ରକ ଜିଲ୍ଲାରୁ ୪୦ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୩୮ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୩୪ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୩୧ ଜଣ ,ନବରଙ୍ଗପୁରରୁ ୨ ଜଣ ଏବଂ ନୂଆପଡ଼ାରୁ ୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୫୧ ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳରୁ୧୪ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୨୮ ଜଣ ଓ ମାଲକାନଗିରିରୁ ୨୮ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୫ ଲକ୍ଷ ୭୦ହଜାର ୫୯୦ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩୭ ହଜାର ୬୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ ହଜାର ୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ୧୪ ହଜାର ୩୫୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

From The Web

Share this: