ବଦଳିଲେ ୪ ଜିଲ୍ଲାର ଜିଲ୍ଲାପାଳ

Share this:

ଭୁବନେଶ୍ୱର(ମହିମା ଲାଇଭ): ବୁଧବାର ରାଜ୍ୟ ସରକାର ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି କରିଛନ୍ତି। ଜିଲ୍ଲାଗୁଡିକ ହେଲେ ଯାଜପୁର, ଅନୁଗୋଳ, ନୂଆପଡ଼ା ଓ ବଲାଙ୍ଗିର। ଏଥିସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବଦଳି ମଧ୍ୟ କରିଛନ୍ତି।

ସାଧାରଣ ପ୍ରଶାସନ(General Administration) ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଯାଜପୁର ଜିଲ୍ଲାପାଳ ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବଲାଙ୍ଗିର ଜିଲ୍ଲାପାଳ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ଫଚାୟତିରାଜ ବିଭାଗ ନିର୍ଦ୍ଦେଶକ(Special Project) ଓ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳସମ୍ପଦ (Water Resources)ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି। ମୟୂରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ (PD,DRDA) ଆଇଏଏସ ଚଞ୍ଚଳ ରଣାଙ୍କୁ ବଲାଙ୍ଗିର ଜିଲ୍ଲାପାଳ ଭାବେ ଏବଂ ବ୍ରହ୍ମପୁର ମହାନଗର କମିଶନର ଆଇଏଏସ୍ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଆଇଏଏସ୍ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ରୂପେ ବଦଳି କରାଯାଇଛି।

ସେହିପରି ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଆଇଏଏସ୍‌ ସ୍ଵଧା ଦେବ ସିଂହଙ୍କୁ ନୂଆପଡ଼ା ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଇଏଏସ୍ ଦତ୍ତାତ୍ରେୟ ଭାଉସାହେବ ସିନ୍ଧୁଙ୍କୁ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଗୁଣୁପୁର ଉପଜିଲ୍ଲାପାଳ ଆଇଏଏସ୍ ସିଦ୍ଧେଶ୍ଵର ବଲିରାମ ବୋନ୍ଦରଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର, ଗଞ୍ଜାମରେ କୋଭିତ୍ ପରିଚାଳନା ପାଇଁ ଓଏସଡି ଭାବେ ନିଯୁକ୍ତି ପାଇଥିବା ଆଇଏଏସ୍ ଭି. କୀର୍ତ୍ତି ଭାସନଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ବ୍ରହ୍ମପୁର ମହାନଗର ନିଗମ କମିଶନର, ଆଇଏଏସ୍‍ କିର୍ତୀ ଭାସନ ଗଞ୍ଜାମ ଉପଜିଲ୍ଲାପାଳ ଭାବେ ଓ ଆଇଏଏସ୍‍ ଜେ ସୋନାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଭାବରେ ବଦଳି କରାଯାଇଛି।

Also Read:

Share this: