ରାଜ୍ୟରେ ଆଉ ୧୫୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୧୫୪୪ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦ ହଜାର ୨୪୧ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬୦ ଜଣ, ଖୋର୍ଦ୍ଧାରୁ ୨୦୩ ଜଣ, କୋରାପୁଟରୁ ୧୪୩ ଜଣ, ଗଜପତି ଜିଲ୍ଲା ରୁ ୭୫ ଜଣ,ନୟାଗଡ ରୁ ୬୨ ଜଣ,ସୁନ୍ଦରଗଡ ରୁ ୫୯ ଜଣ,କନ୍ଧମାଳ ରୁ ୪୧ ଜଣ , କଟକରୁ ୩୭ ଜଣ,କଳାହାଣ୍ଡି ରୁ ୩୬ ଜଣ,ରାୟଗଡା ରୁ ୩୬ ଜଣ,ଯାଜପୁର ରୁ ୩୪ ଜଣ, ବାଲେଶ୍ଵର ରୁ ୩୩ ଜଣ,ପୁରୀ ରୁ ୩୨ ଜଣ, ସମ୍ବଲପୁରରୁ ୩୧ ଜଣ, ମାଲକାନଗିରି ଜିଲ୍ଲା ରୁ ୨୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୧ ଜଣ, କେଉଁଝର ଜିଲ୍ଲାରୁ ୧୭ ଜଣ, ବରଗଡ଼ ଓ ବଲାଙ୍ଗୀରି ରୁ ୧୬ ଜଣ ଲେଖାଏଁ,ଢେଙ୍କାନାଳ ଜିଲ୍ଲାରୁ ୧୩ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨ ଜଣ, ଭଦ୍ରକ, ସୋନପୁର ଓ ଜଗତସିଂପୁର ଜିଲ୍ଲା ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।
ସେହିପରି ଅନୁଗୋଳ ଓ ନୂଆପଡ଼ା ରୁ ୬ ଜଣ ଲେଖାଏଁ, ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଏବଂ ଝାରସୁଗୁଡା ଜିଲ୍ଲା ରୁ୩ ଜଣ ସୁସ୍ଥ ହୋଇଛନ୍ତି।