Breaking Newsଓଡ଼ିଶା ଆଜି ଚିହ୍ନଟ ହେଲେ ୧୨୦୩ କରୋନା ପଜିଟିଭ,ବଢୁଛି ଖୋର୍ଦ୍ଧାରେ କରୋନା ପଜିଟିଭ July 30, 2020 MahimaLive Share this: ଭୁବନେଶ୍ଵର : ରାଜ୍ୟରେ ଆଜି ୧୨୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୭୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୪୫ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୫୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ୨୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ ୯୭ ଜଣ କନ୍ଧମାଳ ରୁ ୧୪ ଜଣ,କୋରାପୁଟରୁ ୬୬ ଜଣ, କେନ୍ଦ୍ରାପଡ଼ା ରୁ ୧୪ ଜଣ ଓ କଳାହାଣ୍ଡି ରୁ ୪ ଜଣ,କେଉଁଝର ରୁ ୧୧ ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡା ଜିଲ୍ଲା ରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି।ସମ୍ବଲପୁର ଜିଲାରୁ ୪୦ ଜଣ ,ସୁନ୍ଦରଗଡ଼ ଜିଲ୍ଲାରୁ ୭୪ଜଣ ଓ ସୋନପୁର ରୁ ୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୪୬ ଜଣ ଓ ଜଗତସିଂହପୁର ରୁ ୮ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ ରୁ ୧୨ଜଣ, ବାଲେଶ୍ଵର ରୁ ୨୦ ଜଣ, ଭଦ୍ରକ ଜିଲ୍ଲାରୁ ୫୩ ଜଣ, ବୌଦ୍ଧ ରୁ ୩ ଜଣ ଏବଂ ବଲାଙ୍ଗୀରି ଜିଲ୍ଲାରୁ ୬ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତି ରୁ ୭୨ଜଣ ସଂକ୍ରମିତ ହୋଇଛନ୍ତି। ପୁରୀ ରୁ ୯ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡ ରୁ ୨୪ ଜଣ ଓ ନବରଙ୍ଗପୁର ରୁ ୪ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳ ରୁ ୩ ଜଣ ଓ ଦେଓଗଡ ରୁ ୮ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳ ରୁ ୧୫ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜ ରୁ ୧୬ ଜଣ ଓ ମାଲକାନଗିରି ରୁ ୬୫ ଜଣ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ୫ ଲକ୍ଷ ୨୩୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩୦ହଜାର ୩୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ହଜାର ୯୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧ ହଜାର ୨୩୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। From The Web Share this: