Breaking Newsଜାତୀୟ

ସ୍ୱାମୀ ଓ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଡାକ୍ତରାଣୀଙ୍କ ଆତ୍ମହତ୍ୟା

Share this:

ନାଗପୁର:ନାଗପୁରରେ ଏକ ଦୁଃଖଦ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ଅନୁସାରେ ୪୧ ବର୍ଷ ବୟସ୍କା ଡାକ୍ତରାଣୀ ମଙ୍ଗଳବାର ମହାରାଷ୍ଟ୍ରର ନାଗପୁର ସହରରେ ସ୍ୱାମୀ ଏବଂ ଦୁଇ ନାବାଳକ ସନ୍ତାନଙ୍କୁ ହତ୍ୟା କରିବା ପରେ  ଆତ୍ମହତ୍ୟା କରିଛନ୍ତି।

ପୋଲିସର ସୂଚନାନୁସାରେ, ଡାକ୍ତର ସୁଷମା ରାଣେ(୪୧),ତାଙ୍କ ସ୍ୱାମୀ ତଥା ଇଞ୍ଜିନିୟରିଂ କଲେଜର ପ୍ରଫେସର ଧୀରଜ (୪୨), ତାଙ୍କର ଏଗାର ଏବଂ ପାଞ୍ଚ ବର୍ଷ ବୟସର ଦୁଇ ପିଲା କୋରାଡି ଅଞ୍ଚଳର ଓମ ନଗରରେ ସେମାନଙ୍କ ଘରେ ପରିବାରର ମୃତଦେହ ପାଇଥିଲେ। ମୁଖ୍ୟ ଶୟନ କକ୍ଷର ଶଯ୍ୟାରେ ଧୀରଜ ଏବଂ ପିଲାମାନଙ୍କର ଶବ ମିଳିଥିବାବେଳେ ଡାକ୍ତରାଣୀଙ୍କ ମୃତଦେହ ଛାତ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଡାକ୍ତରାଣୀଙ୍କ ପରିବାର ସହିତ ରହୁଥିବା ୬୦ବର୍ଷ ବୟସ୍କା ପିଉସୀ ରୁମର କବାଟ ବାଡେଇଥିଲେ ମଧ୍ୟ କୌଣସି ଉତ୍ତର  ପାଇ ନଥିଲେ। ସେ କହିଛନ୍ତି ଯେ ଘଟଣାସ୍ଥଳରୁ ପୋଲିସ ଦୁଇଟି ସିରିଞ୍ଜ ଏବଂ ସୁଇସାଇଡ ନୋଟ ଉଦ୍ଧାର କରିଛି ଯେଉଁଥିରେ ସୁଷମା  ଖୁସି ନ ଥିବାରୁ ସେ ଏହି ପଦକ୍ଷେପ ନେଇଥିବାର ଅଭିଯୋଗ ହୋଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସୁଷମା ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କୁ ଅଚେତ କରିବା ପାଇଁ ଖାଦ୍ୟ ରେ କିଛି ମିଶାଇ ଦେଇଥିଲେ। ପରେ କିଛି ଅଜଣା ଔଷଧ ଟଣକ ସ୍ବାମୀ ଓ ପିଲାଙ୍କୁ ଖୁଆଇଦେଇଥିଲେ। ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି।

Share this: