ଫ୍ଲାଇଙ୍ଗ୍ ଶିଖ୍ ମିଲଖା ସିଂଙ୍କ ଦେହାନ୍ତ,ପାଞ୍ଚଦିନ ତଳେ ପତ୍ନୀଙ୍କ ଦେହାନ୍ତ ହୋଇଥିଲା

Share this:

ନୂଆଦିଲ୍ଲୀ:ଭାରତର ମହାନ ସ୍ପ୍ରିଣ୍ଟର୍ ଏବଂ ଫ୍ଲାଇଙ୍ଗ୍ ଶିଖ୍ ଭାବରେ ସାରା ବିଶ୍ୱରେ ପ୍ରସିଦ୍ଧ ମିଲଖା ସିଂ (Milkha Singh) ଆଉ ଏହି ଦୁନିଆରେ ନାହାଁନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ମିଲଖା ସିଂଙ୍କ ଦେହାନ୍ତ ହୋଇଛି। ସେ ୯୧ବର୍ଷ ବୟସର ଥିଲେ ଏବଂ କୋଭିଡ-୧୯ରେ ପୀଡ଼ିତ ହୋଇ ନିକଟରେ ମୁକଟ ହୋଇଥିଲେ। ବୁଧବାର ତାଙ୍କର କରୋନା ପରୀକ୍ଷା ନକାରାତ୍ମକ ହୋଇଛି। ତାଙ୍କୁ ଜୁନ୍ ୩ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଶୁକ୍ରବାର ରାତିରେ ଚଣ୍ଡିଗଡ଼ର PGIMER ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମିଲ୍କା ସିଂଙ୍କ ମୃତ୍ୟୁ ହେତୁ ତାଙ୍କ ପରିବାର ସହିତ ଦେଶରେ ତାଙ୍କ ପ୍ରିୟଜନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଥିଲା ଗତ ପାଞ୍ଚ ଦିନ ତଳେ ପତ୍ନୀ ତାଙ୍କୁ ଛାଡି ଚାଲିଯାଇଥିଲେ। ଆଉ ଏବେ ସେ ଜୀବନ ଯୁଦ୍ଧରେ ଲଢି ଲଢି ସବୁଦିନ ପାଇଁ ଆଖିବୁଜିଛନ୍ତି ।

ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖପ୍ରକାଶ କରିଛନ୍ତି। ମିଲ୍କା ସିଂଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି, ‘ମିଲ୍କା ସିଂ ଜୀଙ୍କର ପରଲୋକରେ, ଆମେ ଜଣେ ମହାନ କ୍ରୀଡ଼ାବିତ୍ ଙ୍କୁ ହରାଇଛୁ, ଯିଏ ଦେଶର କଳ୍ପନାକୁ କବ୍ଜଜା କରିନେଇଛନ୍ତି ଏବଂ ଅସଂଖ୍ୟ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।  ତାଙ୍କର ପ୍ରେରଣାଦାୟକ ବ୍ୟକ୍ତିତ୍ୱ ନିଜକୁ ଲକ୍ଷ ଲକ୍ଷ ଲୋକଙ୍କ ପ୍ରିୟ କଲା। ତାଙ୍କ ମୃତ୍ୟୁରେ ମୁଁ ଆଘାତ ପାଇଛି।

Also Read | କରୋନାକାଳରେ ମଧ୍ୟ ପିଏମ ମୋଦୀ ବିଶ୍ୱର ସବୁଠାରୁ ଅଧିକ ଗ୍ରହଣୀୟ ନେତା: Survey

Share this: