ବୈଷ୍ଣୋବାଦେବୀ ମନ୍ଦିର ଦର୍ଶନ ୫ ମାସ ପରେ ଅଗଷ୍ଟ ୧୬ ଠାରୁ ପୁଣି ଆରମ୍ଭ ହେବ

Share this:

ଜାମ୍ମୁ କାଶ୍ମୀର: ବୈଷ୍ଣୋବାଦେବୀ ମନ୍ଦିରକୁ ଭକ୍ତମାନଙ୍କ ଦର୍ଶନ ପାଇଁ ଯାତ୍ରା ପୁଣି ରବିବାର ଠାରୁ ଆରମ୍ଭ ହେବ। ସୂଚନାଯୋଗ୍ୟ ମାର୍ଚ୍ଚ ୧୮ ରେ କରୋନା ମହାମାରୀ ହେତୁ ଏହି ଯାତ୍ରା ପ୍ରାୟ ପାଞ୍ଚ ମାସ ପାଇଁ ସ୍ଥଗିତ ରହିଥିଲା। ପ୍ରଥମ ସପ୍ତାହରେ ପ୍ରତିଦିନ ସର୍ବାଧିକ ଦୁଇହଜାର ତୀର୍ଥଯାତ୍ରୀଙ୍କ ଦର୍ଶନ ପାଇଁ ସୀମା ନିର୍ଦ୍ଧାରଣ କରାଯାଇଛି।

ସୂଚନା ଅନୁସାରେ ୨ ହଜାର ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୧୯୦୦ ଯାତ୍ରୀ କେବଳ ଜାମ୍ମୁ କାଶ୍ମୀରରୁ ଏବଂ ଅବଶିଷ୍ଟ ୧୦୦ ଜଣ ବାହାରୁ ଆସିବେ। ଏହା ପରେ ପରିସ୍ଥିତି ଦେଖି ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ଭକ୍ତମାନଙ୍କୁ କେବଳ ଅନଲାଇନ୍ ପଞ୍ଜୀକରଣ ପରେ ଯାତ୍ରା କରିବାକୁ ଅନୁମତି ଦିଆଯିବ। ଯାତ୍ରୀମାନେ ମୋବାଇଲ୍ ଫୋନରେ ଆରୋଗ୍ୟ ସେତୁ   ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ ହେବ ବୋଲି କଡ଼ା ନିର୍ଦେଶ ଦିଆଯାଇଛି। ମୁହଁରେ ମାସ୍କ ଏବଂ କଭର ବାଧ୍ୟତାମୂଳକ ହେବ। ଯାତ୍ରୀମାନଙ୍କୁ ଯାତ୍ରାର ପ୍ରବେଶ ପଏଣ୍ଟରେ ଯାତ୍ରୀଙ୍କ ଦେହର ତାପମାତ୍ରା ଯାଞ୍ଚ କରାଯିବ।

ସୂଚନା ଅନୁସାରେ ,୬୦ ବର୍ଷରୁ ଉର୍ଦ୍ଧ ଭକ୍ତଙ୍କୁ ଯାତ୍ରା ପାଇଁ ବାରଣ କରାଯାଇଛି। ଏଥିସହିତ ୧୦ ବର୍ଷରୁ କମ୍ ପିଲା, ଗର୍ଭବତୀ ମହିଳା, ଅନ୍ୟାନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଯାତ୍ରା ନକରିବା ପାଇଁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ସ୍ୱାଭାବିକ ହେବା ପରେ ଏହି ପରାମର୍ଶର ପୁଣି ସମୀକ୍ଷା କରାଯିବ।

ଜାମ୍ମୁ କାଶ୍ମୀରର ବାହାରେ ଥିବା ଯାତ୍ରୀ ଏବଂ କେନ୍ଦ୍ରାଞ୍ଚଳର ରେଡ୍ ଜୋନ୍ ଜିଲ୍ଲାରୁ ଆସୁଥିବା ବ୍ୟକ୍ତିଙ୍କ ରିପୋର୍ଟ ହେଲିପ୍ୟାଡ୍ ପ୍ରବେଶ ପଏଣ୍ଟରେ ଯାଞ୍ଚ କରାଯିବ।  କେବଳ ସେଇ ଯାତ୍ରୀମାନଙ୍କୁ ଅନୁମତି ମିଳିବ ଯାହାର କୋଭିଡ ପଜିଟିଭ ନଥିବ। ଏଥିସହିତ ଖଚର,ଘୋଡା ଇତ୍ୟାଦି  ଅନୁମତି ଦିଆଯିବ ନାହିଁ।  ଯାତ୍ରୀମାନଙ୍କ ସୁବିଧା ପାଇଁ ବ୍ୟାଟେରୀ ଚାଳିତ ଯାନ, ରୋପୱେ ଏବଂ ହେଲିକପ୍ଟର ସେବା ସୁବିଧା ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ତାରକୋଟ୍ ମାର୍ଗ ଏବଂ ସଞ୍ଜୀ ଛଟରେ ପ୍ରସାଦ କେନ୍ଦ୍ରରେ ମାଗଣା ଲଙ୍ଗର ଖୋଲାଯିବ।

Share this: