LPG Gas-Petrol Diesel Price: LPG ଗ୍ୟାସ୍ ୫୦ ଟଙ୍କା ବଢିବା ସହିତ ପେଟ୍ରୋଲ ଡିଜେଲ ମହଙ୍ଗା

Share this:

ନୂଆଦିଲ୍ଲୀ: LPG Cylinder-Petrol Diesel Update ଦେଶରେ କରୋନା ଭାଇରସ ମହାମାରୀ ଏବଂ ରୁଷ-ୟୁକ୍ରେନ (Russia-Ukraine) ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳର ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ଘଟିଥିଲା। ହେଲେ ଏଲପିଜି, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ (LPG, Petrol and Diesel Price) ରେ ସ୍ଥିରତା ରକ୍ଷା କରାଯାଉଥିଲା। କିନ୍ତୁ ସୋମବାର ମଧ୍ୟରାତ୍ରରୁ ଏଲପିଜି ଗ୍ୟାସ୍ ଦର ସିଲିଣ୍ଡର ଏକାଥରକେ ୫୦ ଟଙ୍କା ବୃଦ୍ଧି ପାଇଛି। ଏହା ସହିତ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ମଧ୍ୟ ବଢିଛି। ଯାହା ସିଧା ସଳଖ ଖାଉଟିଙ୍କ ଉପରେ ପ୍ରବାହ ପଡିବ।   

ମିଡିଆ ରିପୋର୍ଟ ଅନୁଯାୟୀ, ୫ କିଲୋଗ୍ରାମ ଏଲପିଜିର ମୂଲ୍ୟ ୩୪୯ ଟଙ୍କା ହେବ। ଏଥିସହିତ ୧୦କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୬୬୯ ଟଙ୍କା ହେବ। ଏହା ବ୍ୟତୀତ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୨୦୦୩ ଟଙ୍କାକୁ ବୃଦ୍ଧି ପାଇଛି।  

ସୂଚନାଯୋଗ୍ୟ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ରିଲିଫ୍ ଯୁଗ ଶେଷ ହେବାକୁ ଲାଗୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଙ୍ଗଳବାର ଦିନ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଘରୋଇ ଏଲପିଜି ସିଲିଣ୍ଡର ପିଛା ସିଲିଣ୍ଡର ପିଛା ୫୦ ଟଙ୍କା ମହଙ୍ଗା ହୋଇଛି। ଶେଷ ଥର ପାଇଁ ଅକ୍ଟୋବର ୬ରେ ଘରୋଇ ସିଲିଣ୍ଡର ଦାମ ବଢିଥିଲା।

Share this:

Leave a Reply

Your email address will not be published. Required fields are marked *