ପୁଣି ବଢିଲା,ଢେଙ୍କାନାଳ ଜିଲ୍ଲାରୁ ଆଜି ନୂଆ ୧୧୦ Covid ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଆଜି ପୁଣି ଥରେ ବଢିଛି କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା। ଜିଲ୍ଲାରୁ ଆଜି ନୂଆ ୧୧୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୧୦୩ ଏବଂ ହସ୍ପିଟାଲରୁ ୭ଜଣ ଚିହ୍ନଟ ଅଛନ୍ତି।

ଆଜି ଓଡ଼ାପଡା ବ୍ଲକ (Odapada Block) ରୁ ୩୨ଜଣ ଚିହ୍ନଟ ହୋଇଛନ୍ତି। ଇନ୍ଦିପୁରରୁ ୧୦ଜଣ, ମହେନ୍ଦ୍ରପୁରରୁ ୭ଜଣ, ଗୁଣ୍ଡରାପଶିରୁ ୫ଜଣ, ଓଡପଡାରୁ ୩ଜଣ, ଲୁଣୀ ଇନ୍ଦିପୁରରୁ ୨ଜଣ ଥିବାବେଳେ ଗୁଡିଆକାଟେଣି, କୋତ୍ତମ, ବେଶାଳିଆ ଏବଂ ବଉଳପୁରପାଟଣାରୁ ଜଣେ ଲେଖାଏଁ ଅଛନ୍ତି।

ସଦର ବ୍ଲକ (Sadar) ବ୍ଲକରୁ ଚିହ୍ନଟ ୨୨ଜଣଙ୍କ ମଧ୍ୟରୁ ମଣ୍ଡାପାଳରୁ ୮ଜଣ, ବିମବୋଳ, ସାରିଆଁ ଏବଂ ତଳବରକୋଟରୁ ୨ଜଣ ଲେଖାଏଁ ଥିବାବେଳେ ଗୋବିନ୍ଦପୁର, ନଧନପୁର, ବଳଦିଆବନ୍ଧ, ଡିଏସକାଟେଣି ,ତରଭା, ନୂଆଗାଁ, ଢୋଲପଶି ଏବଂ ସିଆରିଆରୁ ଜଣେ ଲେଖାଏଁ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କାଞ୍ଚନବଜାରରୁ ୪ଜଣ, ଦେଉଳସାହିରୁ ୨ଜଣ ଥିବାବେଳେ  ଦକ୍ଷିଣକାଳୀରୋଡ଼, ମହିଷାପାଟ, କଣ୍ଟାନାଳୀ, ତଳବରକୋଟ, କାଲଟାକ୍ସ, ଗୁଡିଆନାଳି ଏବଂ  କାଠଗଡାରୁ ଜଣେ ଲେଖାଏଁ ଅଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୧୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ହାତୁରାରୁ ୬ଜଣ ଥିବାବେଳେ ଟୁଟୁପଡ଼ାରୁ ୩ଜଣ, ବଲସରରୁ ୨ଜଣ, ଖଳିବୋରେଇ ଏବଂ ମାହାଲୁଣ୍ଡାରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ଜଣେ ଚିହ୍ନଟ ହୋଇଛନ୍ତି।

ଗଁଦିଆ ବ୍ଲକ (Gondia Block) ରୁ ୬ଜଣ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳରୁ ୬ଜଣ ଚିହ୍ନଟ ହୋଇଛନ୍ତି। ପର୍ଜଙ୍ଗ ବ୍ଲକରୁ ୫ଜଣ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର NAC ରୁ ୨ଜଣ, ଭୁବନ ବ୍ଲକରୁ ୨ଜଣ ଥିବାବେଳେ କଙ୍କଡାହାଡ ବ୍ଲକରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୪ଜଣ ଅଛନ୍ତି। 

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୨୪୪ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୩୦ ହଜାର ୨୫୭ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୯୮ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୧୮୮ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୫୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ଜଣେ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୫୭ ରେ ପହଞ୍ଚିଛି।

[amazon_auto_links id=”9932″]

Also Read | OSSSC RI Recruitment:ଓଡ଼ିଶାରେ ୫୮୬ RI ପୋଷ୍ଟ ପାଇଁ ଆଜିଠାରୁ online apply ଆରମ୍ଭ

Share this: