Breaking Newsଓଡ଼ିଶାଜାତୀୟ

NEET ଏବଂ JEE ପରୀକ୍ଷାରେ ଯୋଗଦେବା ପାଇଁ ମାଗଣା ଯାତ୍ରା କେବଳ ଓଡ଼ିଶାରେ ନୁହେଁ,ଅନ୍ୟ ରାଜ୍ୟରେବି ସୁବିଧା ମିଳୁଛି

Share this:

ଭୁବନେଶ୍ଵର:କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ କହିଛନ୍ତି ଯେ କୋଭିଡ଼ -୧୯ (COVID-19) ମହାମାରୀ ମଧ୍ୟରେ ଜି ( JEE ) ଏବଂ ନିଟ ( NEET ) ର ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଭବିଷ୍ୟତ ଏକ ପ୍ରମୁଖ ପ୍ରାଥମିକତା ଅଟେ। ସେ କହିଛନ୍ତି ଯେ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି ସହିତ ଅନେକ ପଦକ୍ଷେପ ନିଆଯାଇଛି।

ଜାତୀୟ ପରୀକ୍ଷା ଏଜେନ୍ସି ( NTA ) ସେପ୍ଟେମ୍ବର ୧ ରୁ ୬ ତାରିଖ ପର୍ଯ୍ୟନ୍ତ ଜି (JEE ) ଏବଂ ସେପ୍ଟେମ୍ବର ୧୩ ରେ ନିଟ ( NEET ) ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହାକୁ ବହୁ ବିରୋଧ କରାଯାଇଥିଲା। କିଛି ଛାତ୍ରଙ୍କ ସମେତ ବିରୋଧୀ ଏହାକୁ ସ୍ଥଗିତ ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ସରକାର ନିର୍ଦ୍ଧାରିତ ସମୟରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି।

ଛତିଶଗଡ ଓ ଓଡିଶାର ମୁଖ୍ୟମନ୍ତ୍ରୀ ପରୀକ୍ଷାରେ ଉପସ୍ଥିତ ଛାତ୍ରଛାତ୍ରୀ ଯିବାଆସିବା ମାଗଣା କରିଛନ୍ତି ଏବଂ ସେମାଙ୍କୁ ସାହାଯ୍ୟ କରିବାକୁ ଅଧିକାରୀ ଏବଂ ସେମାନଙ୍କ ଦଳର ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶର ସମସ୍ତ ଛାତ୍ରଛାତ୍ରୀଙ୍କ  ପାଇଁ ମାଗଣା ଯାତ୍ରା ବ୍ୟବସ୍ଥା ଘୋଷଣା କରିଛନ୍ତି। ଯେଉଁମାନେ ଜି ଏବଂ ନିଟ ପରୀକ୍ଷାରେ ଭାଗ ନେବାକୁ ପ୍ରସ୍ତୁତ ଅଛନ୍ତି। ବ୍ଲକ କିମ୍ବା ଜିଲ୍ଲା ମୁଖ୍ୟାଳୟରୁ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ମାଗଣା ଯାତ୍ରା ବ୍ୟବସ୍ଥା କରିବେ।

Also Read:

Share this: