Breaking Newsଖେଳ ଖବରଦେଶ ବିଦେଶ

ଜେମ୍ସ ଆଣ୍ଡରସନଙ୍କ ବିଶ୍ଵରେକର୍ଡ, ଫାଷ୍ଟ ବୋଲର ଭାବେ ଟେଷ୍ଟରେ ୬୦୦ ୱିକେଟ୍ ହାସଲ

Share this:

ସାଉଥମ୍ପଟନ : ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ସାଉଥମ୍ପଟନର ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚର ଶେଷ ଦିନରେ ଆୟୋଜକ ଇଂଲଣ୍ଡ ଦଳର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ (୬୦୦) ୱିକେଟ୍ ନେଇଥିବା ଜେମ୍ସ ଆଣ୍ଡରସନ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ହୋଇଛନ୍ତି। ଏପର୍ଯ୍ୟନ୍ତ କୌଣସି ଦ୍ରୁତ ବୋଲର ଟେଷ୍ଟ କ୍ରିକେଟରେ ଏତେ ୱିକେଟ୍ ନେଇନାହାଁନ୍ତି।

ପାକିସ୍ତାନ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚର ଅନ୍ତିମ ଦିବସରେ  ମଙ୍ଗଳବାର ପାକିସ୍ତାନ ଅଧିନାୟକ  ଆଝାର ଅଲ୍ଲୀଙ୍କୁ ଆଉଟ୍‌ କରି  ଆଣ୍ଡରସନ୍‌ (୬୦୦) ଟେଷ୍ଟ ୱିକେଟ ପୂରଣ କରିଛନ୍ତି।  ଚତୁର୍ଥ ଦିନ ଖେଳ ଶେଷରେ ଆଣ୍ଡରସନ (୫୯୯)ଟି ୱିକେଟ ନେଇଥିଲେ। ଆଣ୍ଡରସନଙ୍କ ପଛକୁ  ପେସ୍‌ ବୋଲର ଭାବେ  ଟେଷ୍ଟ ୱିକେଟ ସଂଖ୍ୟା​‌​‌ରେ ଦ୍ବିତୀୟ ସ୍ଥାନରେ ଥିବା ଫାଷ୍ଟ ବୋଲର ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍‌ଗ୍ରାଥ (୫୬୩ )ଟି ଟେଷ୍ଟ  ୱିକେଟ ନେଇଛନ୍ତି।  ଆଣ୍ଡରସନ ହେଉଛନ୍ତି ଇଂଲଣ୍ଡର ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ। ଚଳିତ ଟେଷ୍ଟ ମ୍ୟାଚ ପୂର୍ବରୁ ଆଣ୍ଡରସନ ୫୯୩ଟି ଟେଷ୍ଟ ୱିକେଟ ନେଇଥିଲେ। ଚଳିତ ଟେଷ୍ଟର ପ୍ରଥମ  ଇନିଂସରେ ସେ ୫ଟି ୱିକେଟ ନେଇ  (୬୦୦)  ୱିକେଟର ନିକଟତର ହୋଇଥିଲେ। ୩୮ ବର୍ଷ ବୟସ୍କ ଆଣ୍ଡରସନ ଅଦ୍ୟାବଧି ୧୫୬ଟି ଟେଷ୍ଟ ମ୍ୟାଚ ଖେଳି ୬୦୦ ୱିକେଟ ନେଇଛନ୍ତି।

ଅନ୍ୟ ତିନି ଜଣ ବୋଲର ୬୦୦ ରୁ ଅଧିକ ୱିକେଟ ନେଇଛନ୍ତି , ସେମାନଙ୍କ ମଧ୍ୟରେ ମୁଥିଆ ମୁରଲୀଧରନ୍ (୮୦୦), ଶେନ ୱାର୍ନେ (୭୦୮ ) ଏବଂ ଭାରତର ମହାନ ସ୍ପିନର ଅନିଲ କୁମ୍ବଲେ (୬୧୯) କିନ୍ତୁ ସମସ୍ତ ତିନି ବୋଲର ସେମାନଙ୍କ ସମୟର ମହାନ ସ୍ପିନର ଅଟନ୍ତି।।  ୬୦୦ ୱିକେଟ ଅକ୍ତିଆର  କରି ଆଣ୍ଡରସନ  ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ ତାଲିକାରେ ୪ର୍ଥ ସ୍ଥାନରେ ରହିଛନ୍ତି।

ଆଣ୍ଡରସନଙ୍କ ପଛକୁ  ପେସ୍‌ ବୋଲର ଭାବେ  ଟେଷ୍ଟ ୱିକେଟ ସଂଖ୍ୟା​‌​‌ରେ ଦ୍ବିତୀୟ ସ୍ଥାନରେ ଥିବା ଫାଷ୍ଟ ବୋଲର ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍‌ଗ୍ରାଥ (୫୬୩)ଟି ଟେଷ୍ଟ  ୱିକେଟ ନେଇଛନ୍ତି।  ଆଣ୍ଡରସନ ହେଉଛନ୍ତି ଇଂଲଣ୍ଡର ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ। ଚଳିତ ଟେଷ୍ଟ ମ୍ୟାଚ ପୂର୍ବରୁ ଆଣ୍ଡରସନ ୫୯୩ଟି ଟେଷ୍ଟ ୱିକେଟ ନେଇଥିଲେ। ଚଳିତ ଟେଷ୍ଟର ପ୍ରଥମ  ଇନିଂସରେ ସେ ୫ଟି ୱିକେଟ ନେଇ  ୬୦୦  ୱିକେଟର ନିକଟତର ହୋଇଥିଲେ। ୩୮ ବର୍ଷ ବୟସ୍କ ଆଣ୍ଡରସନ ଅଦ୍ୟାବଧି ୧୫୬ଟି ଟେଷ୍ଟ ମ୍ୟାଚ ଖେଳି ୬୦୦ ୱିକେଟ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ୩୩୭୧୭ ଟି ବଲରେ ଆଣ୍ଡରସନ ୬୦୦ ୱିକେଟ୍ ନେଇଛନ୍ତି।

Share this: