IPL 2020 Updates DC Vs KXIP: ଅମ୍ପାୟାରକୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଅ: ବିରେନ୍ଦ୍ର ସେହୱାଗ
ଦୁବାଇ: ଆଇପିଏଲ୍ (IPL) ଦର୍ଶକ ଗତକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିଛନ୍ତି। ଯେଉଁଥିରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) କିଙ୍ଗସ୍ ଏକାଦଶ ପଞ୍ଜାବ (Kings Xi Punjab) ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ମ୍ୟାଚ୍ ଡ୍ର ହୋଇଥିଲା। ତେଣୁ ଅନ୍ତିମ ଫଳାଫଳ ଜାଣିବା ପାଇଁ ସୁପର ଓଭରର ମ୍ୟାଚ୍ ଆବଶ୍ୟକ ହେଲା ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ବିଜୟ ହାସଲ କଲା। କିନ୍ତୁ ଦିଲ୍ଲୀର ବିଜୟକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠିଛି। ବହୁ ପୂର୍ବତନ କ୍ରିକେଟ୍ ଖେଳାଳିଙ୍କ ସହିତ ପ୍ରଶଂସକମାନେ ଅଭିଯୋଗ କରିଛନ୍ତି ଯେ ଅମ୍ପାୟାର୍ ଙ୍କ ଭୁଲ ନିଷ୍ପତି କାରଣରୁ ପଞ୍ଜାବ ଦଳ ମ୍ୟାଚ୍ ଜିତୁ ଜିତୁ ହାରିଛି। ସୂଚନଯୋଗ୍ୟ ଅମ୍ପାୟାର ପଞ୍ଜାବର ଗୋଟିଏ ରନ୍ କୁ ସର୍ଟ ରନ୍ ବୋଲି କହିଥିଲେ। କିନ୍ତୁ ସ୍ଲୋ ମୋସନ ରିପ୍ଲେ (Slow Motion Replay) ରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଏହି ରନ୍ ସର୍ଟ ରନ ନଥିଲା।
କିଙ୍ଗସ୍ ଏକାଦଶ ପଞ୍ଜାବ ଜିତିବା ପାଇଁ ୧୫୭ ରନର ଲକ୍ଷ୍ୟ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଶେଷ ୧୦ବଲରୁ ଜିତିବା ପାଇଁ କିଙ୍ଗସ୍ ଏକାଦଶ ପଞ୍ଜାବକୁ ୨୧ରନ୍ ଆବଶ୍ୟକ ଥିଲା। ମୟଙ୍କ ଅଗ୍ରୱାଲ ଯେଉଁଭଳି ଭାବେ ବ୍ୟାଟିଂ କରୁଥିଲେ, କିଙ୍ଗସ୍ ଏକାଦଶ ପଞ୍ଜାବ ର ବିଜୟ ନିଶ୍ଚିତ ଥିଲା। ୧୯ତମ ଓଭରରେ ବୋଲିଂ ପାଇଁ କାଗିସୋ ରାବାଡା (Kagiso Rabada)ଆସିଥିଲେ। ଅଗ୍ରୱାଲ ତାଙ୍କ ଦ୍ୱିତୀୟ ବଲରେ ଏକ ଚୌକା ମାରିଥିଲେ। ରାବାଡାଙ୍କ ପରବର୍ତ୍ତୀ ବଲ୍ ଥିଲା ୟର୍କର୍, ଯାହା ଅଗ୍ରୱାଲ୍ ମଧ୍ୟଭାଗରେ ଖେଳିବା ପରେ ଦୁଇ ରନ୍ ନେଇଥିଲେ। କ୍ରିସ୍ ଜୋର୍ଡାନ୍ ଅନ୍ୟ ପ୍ରାନ୍ତରୁ ବ୍ୟାଟିଂ କରୁଥିଲେ। କିନ୍ତୁ ଅମ୍ପାୟାର ନିତିନ ମେନନ ଏହାକୁ ଏକସର୍ଟ ରନ୍ ବୋଲି କହିଥିଲେ। ସେ ଦ୍ୱିତୀୟ ଅମ୍ପାୟାରଙ୍କ ସହ କଥା ହୋଇ କହିଥିଲେ ଯେ ଜୋର୍ଡାନ ପ୍ରଥମ ରନ୍ ଶେଷ କରିବାବେଳେ ବ୍ୟାଟ୍ କ୍ରିଜ୍ ଭିତରେ ରଖିନଥିଲେ। ଏଭଳି ପରିସ୍ଥିତିରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ଏଠାରେ ମାତ୍ର ଏକ ରନ୍ ଦିଆଯାଇଥିଲା। ଟିଭି ରିପ୍ଲେ ରେ ଏହା ସ୍ପଷ୍ଟ ଭାବରେ ଦେଖାଯାଏ ଯେ ଜୋର୍ଡାନଙ୍କର ଏହା ସର୍ଟ ରନ୍ ନଥିଲା। ତେଣୁ ଏହି ଗୋଟିଏ ରନ୍ ଅଭାବରୁ ମ୍ୟାଚ୍ ଡ୍ର ହୋଇଥିଲା।
ଅମ୍ପାୟାରଙ୍କ ଏହି ଭୁଲରେ ବିରେନ୍ଦ୍ର ସେହୱାଗ (Virendra Sehwag) ରାଗିଯାଇଥିଲେ। ଏହି ନିଷ୍ପତି ସେହୱାଗଙ୍କୁ ଉତ୍ତେଜିତ କରିଥିଲା। ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସେ କହିଛନ୍ତି, ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍(Man of the Match) ନିଷ୍ପତ୍ତିରେ ମୁଁ ଖୁସି ନୁହେଁ। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ର ପ୍ରକୃତ ହକଦାର ହେଉଛନ୍ତି ଅମ୍ପାୟାର। ଏହା ଏକ ସର୍ଟ ରନ୍ ନୁହେଁ। ଏହି ଏକ ରନରେ କିଙ୍ଗସ୍ ଏକାଦଶ ପଞ୍ଜାବ ଦଳ ହାରିଯାଇଛି।
Use the technology available. Poor #DCvKXIP pic.twitter.com/BZbRaA571d
— Trent Woodhill (@TrentWoodhill) September 20, 2020
Also Read:
IPL 2020 Updates : ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କୁ ଜବାବ ଦେଲେ ଅମ୍ବାତି ରାୟୁଡୁ