Breaking NewsCORONA UPDATESଜାତୀୟ

ଦେଶରେ ୨୪ ଘଣ୍ଟାରେ ୧୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ

Share this:

ନୂଆଦିଲ୍ଲୀ:ଦିନକୁ ୧୦ ଲକ୍ଷ ନମୁନା ପରିକ୍ଷଣର ଲକ୍ଷ ନେଇ କୋଭିଡ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିବା ଦେଶ ଆଜି ଆଉ ଏକ ସଫଳତାର ମାଇଲଖୁଣ୍ଟ ଅତିକ୍ରମ କରିଛି। କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ସହଯୋଗ ଯୋଗୁଁ ଦେଶରେ ଗତ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ନମୁନା ପରୀକ୍ଷଣ କରାଯାଇପାରିଛି। ଗତକାଲି ୧୦ ଲକ୍ଷ ୨୩ ହଜାର ୮୩୬ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଭାରତ ଦିନକୁ ୧୦ ଲକ୍ଷ ନମୁନା ପରୀକ୍ଷା କରିବାର ଲକ୍ଷ୍ୟକୁ ସାକାର କରିପାରିଛି। ଏଥିସହିତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩ କୋଟି ୪୪ ଲକ୍ଷ ୯୧ ହଜାର ୭୩ ରେ ପହଞ୍ଚିଛି।

ଦୈନିକ ପରୀକ୍ଷା ସଂଖ୍ୟାରେ ଦିନକୁ ଦିନ ଅଗ୍ରଗତି ଘଟୁଛି। ଗତ ୩ ସପ୍ତାହ ମଧ୍ୟରେ ଦୈନିକ ପରୀକ୍ଷା ସଂଖ୍ୟା ଅଧିକରୁ ଅଧିକ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପକ ପରୀକ୍ଷା ଯୋଗୁଁ ସେହି ଅନୁପାତରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଅଧିକ ପରୀକ୍ଷା ଯୋଗୁଁ ଆରମ୍ଭରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସଅଳ ଏକାନ୍ତବାସ, ଚିହ୍ନଟ ଓ ଦକ୍ଷ ଉପଚାର ଯୋଗୁଁ ଏହା କ୍ରମଶଃ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନୀତିଗତ ନିଷ୍ପତ୍ତି ଓ ନମୁନା ପରୀକ୍ଷଣ ବୃଦ୍ଧି ଯୋଗୁଁ ଦେଶରେ ଦୈନିକ ପରୀକ୍ଷଣ ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇଛି। ଦୈନିକ ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାର ମଧ୍ୟ ବୃଦ୍ଧି କରାଯାଇଛି। ଆଜି ୯୮୩ ଟି ସରକାରୀ ଓ ୫୨୮ଟି ଘରୋଇ ଏହିପରି ମୋଟ ୧୫୧୧ ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି।

Also Read: 

ଭାରତରେ ଗୋଟିଏ ଦିନରେ ରେକର୍ଡ ସର୍ବୋଚ୍ଚ ୬୩ ହଜାର ୬୩୧ ସୁସ୍ଥ

ବସରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା

ଓଡ଼ିଶାରେ ରେକର୍ଡ ସଂଖ୍ୟକ ୨୮୧୯ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୭୫ ହଜାର ପାର

Share this: