ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୬୯ ହଜାର ୬୫୨ କରୋନା ପଜିଟିଭ ଚିହ୍ନଟ,୯୭୭ ମୃତ
ନୂଆଦିଲ୍ଲୀ:କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୭୦ ହଜାର ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ସହ ଭାରତରେ ମୋଟ ମାମଲା ୨୮ ଲକ୍ଷ ଅତିକ୍ରମ କରିଛି।
କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୯ ହଜାର ୬୫୨ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିସହିତ ୯୭୭ ରୋଗୀ ମଧ୍ୟ ମୃତ୍ୟୁବରଣ କରିଥିଲେ। ମୋଟ ମୃତ୍ୟୁ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ହେଉଛି ୫୩ ହଜାର ୮୬୬।
ସୂଚନା ଅନୁସାରେ, ବର୍ତ୍ତମାନ ଦେଶରେ ସମୁଦାୟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୮ ଲକ୍ଷ ,୩୬ ହଜାର ୯୨୬ କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬ ଲକ୍ଷ ୮୬ ହଜାର ୩୯୫ ଜଣ ସଂକ୍ରମିତ ଦେଶର ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ୨୦ ଲକ୍ଷ ୯୬ ହଜାର ୬୬୫ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସେହିପରି କରୋନା ପରୀକ୍ଷା ଗତ ୨୪ ଘଣ୍ଟା ମଧ୍ୟରେ ନଅ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।
ବର୍ତ୍ତମାନ ଭାରତ ନୂତନ କରୋନାଭାଇରସ୍ ସାତ ଦିନର ହାରାହାରିରେ ଆମେରିକା ଏବଂ ବ୍ରାଜିଲକୁ ପଛରେ ପକାଇ ଦେଇଛି। ମୋଟ ପାଞ୍ଚଟି ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର ୬ ଲକ୍ଷ ୨୮ ହଜାର ୬୪୨ , ତାମିଲନାଡୁ ୩ ଲକ୍ଷ ୪୯ ହଜାର ୬୫୪,ଆନ୍ଧ୍ରପ୍ରଦେଶ ୩ ଲକ୍ଷ ୬ ହଜାର ୨୬୧,କର୍ଣ୍ଣାଟକ ୨ ଲକ୍ଷ ୪୯ ହଜାର ଏବଂ ଉତ୍ତରପ୍ରଦେଶ ଲକ୍ଷେ ୬୨ ହଜାର ୪୩୪। ମହାରାଷ୍ଟ୍ର, ଭାରତର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ରାଜ୍ୟ।