Breaking NewsCORONA UPDATESଦେଶ ବିଦେଶବ୍ୟବସାୟ

ମାତ୍ର ମାସକ ମଧ୍ୟରେ୨୩ ଲକ୍ଷ ପିପିଇ କିଟ ରପ୍ତାନିକରି ବିଶ୍ଵ ବଜାରରେ ଭାରତ ଜାହିର କଲା ନିଜର ସ୍ଥିତି

Share this:

ନୂଆଦିଲ୍ଲୀ : କୋଭିଡ-୧୯ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସମନ୍ଵୟରେ ମୂଳରୁ କାର୍ଯ୍ୟ କରି ଆସୁଛନ୍ତି। ସେଥିପାଇଁ ଦେଶବ୍ୟାପୀ ମେଡିକାଲ ଭିତ୍ତିଭୂମିର ଉନ୍ନତି ସହ କେତେକ ନୀତିଗତ ନିଷ୍ପତ୍ତି ମଧ୍ୟ ନିୟମିତ ଭାବେ ନିଆଯାଉଛି।

ବୈଶ୍ଵିକ ମହାମାରୀ କେତେବେଳେ ତାହାର କାୟା ବିସ୍ତାର କରିବା ଆରମ୍ଭ କଲା ସେତେବେଳେ ବିଶ୍ଵବ୍ୟାପୀ ଏନ-୯୫ ମାସ୍କ, ପିପିଇ କିଟ୍ସ ଓ ଭେଣ୍ଟିଲେଟର ସହିତ ଅନ୍ୟାନ୍ୟ ଡାକ୍ତରୀ ଉପକରଣର ଘୋର ଅଭାବ ପରିଲକ୍ଷିତ ହୋଇଥିଲା। ପ୍ରଥମତଃ ଅଧିକାଂଶ ସାମଗ୍ରୀ ଦେଶରେ ତିଆରି ହେଉନଥିଲା । ଏଥିପାଇଁ ଆବଶ୍ୟକ ଯନ୍ତ୍ରାଂଶ ବାହାରୁ ଆମଦାନୀ କରିବାକୁ ପଡୁଥିଲା। ବୈଶ୍ଵିକ ମହାମାରୀ ଯୋଗୁଁ ବୈଦେଶିକ ବଜାରରେ ମଧ୍ୟ ସେ ସମସ୍ତ ଉପକରଣର ଚାହିଦା ବୃଦ୍ଧି ପାଇଲା।

ବୈଶ୍ଵିକ ମହାମାରୀକୁ ଏକ ସୁଯୋଗ ଭାବେ ବିବେଚନା କରି ଦେଶରେ ଏହି ମେଡିକାଲ ଉପକରଣମାନ ପ୍ରସ୍ତୁତ କରିବାକୁ ସ୍ଥିର ହେଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୟନ ଓ ଫର୍ମାସ୍ୟୁଟିକାଲ ମନ୍ତ୍ରଣାଳୟ, ଶିଳ୍ପ ପ୍ରସାର ଏବଂ ଆନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ବିଭାଗ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଅନ୍ୟମାନେ ମିଳିମିଶି ନିଜର ନିର୍ମାଣ ଦକ୍ଷତା ଉପଯୋଗ କରିବା ପାଇଁ ନିଷ୍ପତ୍ତି ନେଲେ।

ପିପିଇ କିଟ୍ସ ଉତ୍ପାଦନ ଦକ୍ଷତା ସହ ଘରୋଇ ଚାହିଦା ପୂରଣ ପରେ ବିଦେଶକୁ ପିପିଇ କିଟ୍ସ ରପ୍ତାନି କରିବାକୁ ନେଇ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ (ଡିଜିଏଫଟି) ଗତ ଜୁଲାଇ ୨୦ତାରିଖ ଦିନ ବିଜ୍ଞପ୍ତି ଜାରି କରିଥିଲେ। ଏହାର ଫଳସ୍ଵରୂପ ଜୁଲାଇ ମାସରେ ହିଁ ୨୩ ଲକ୍ଷ ପିପିଇ କିଟ୍ସ ୫ଟି ଦେଶକୁ ରପ୍ତାନି କରାଗଲା। ଏହି ଦେଶଗୁଡିକ ହେଲେ ୟୁଏସଏ, ୟୁକେ, ୟୁଏଇ, ସେନେଗାଲ ଏବଂ ସ୍ଲୋଭାନିଆ। ଏହା ବିଶ୍ଵ ରପ୍ତାନି ବଜାରରେ ଭାରତର ସ୍ଥିତି ଜାହିର କରିବାରେ ସକ୍ଷମ ହୋଇଛି।

ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ମେକ ଇନ ଇଣ୍ଡିଆର ସଂକଳ୍ପ ଯୋଗୁଁ ଭାରତ ପିପିଇ କିଟ୍ସ ସମେତ ଡାକ୍ତରୀ ଉପକରଣ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି। କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପିପିଇ, ଏନ-୯୫ମାସ୍କ, ଭେଣ୍ଟିଲେଟର ଇତ୍ୟାଦି ଯୋଗାଉଥିବା ବେଳେ କେତେକ ରାଜ୍ୟ ଏହା ସିଧାସଳଖ ମଗାଉଛନ୍ତି। ସେମାନେ ଗତ ମାର୍ଚ୍ଚରୁ ଅଗଷ୍ଟ ମାସ ମଧ୍ୟରେ ଏକ କୋଟି ୪୦ ଲକ୍ଷ  ସ୍ଵଦେଶୀ ପିପିଇ କିଟ୍ସ ନିଜସ୍ଵ ବଜେଟ ଅର୍ଥରୁ କିଣିଛନ୍ତି। ଏହି ସମୟ ମଧ୍ୟରେ କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ଏକ କୋଟି ୨୮  ଲକ୍ଷ ମାଗଣା ପ୍ରଦାନ କରିଛନ୍ତି।   

Share this: