Corona Vaccine: ଭାରତ ବିଶ୍ଵର ଅନେକ ଦେଶକୁ କରୋନା ଟିକା ବଣ୍ଟନ କରୁଛି, WHOର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା

Share this:

ନୂଆଦିଲ୍ଲୀ: ଭାରତ ଯେପରି ନିଜର ଦୁଇଟି ସ୍ୱଦେଶୀ କରୋନା ଟିକା (Corona Vaccine) ସମଗ୍ର ବିଶ୍ୱକୁ ଦେଇ ସାହାଯ୍ୟ କରୁଛି, ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କୁ ପ୍ରଶଂସା କରିଛନ୍ତି। WHO ମହାନିର୍ଦ୍ଦେଶକ ଗେବ୍ରେସିୟସ୍ ଟେଡ୍ରୋସ୍ (Antonio Guterres) ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ କରୋନା ବିରୋଧରେ ସଂଗ୍ରାମରେ ଭାରତ କ୍ରମାଗତ ଭାବେ ସହଯୋଗ କରୁଛି, ଯାହା ପ୍ରଶଂସନୀୟ।

WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ କହିଛନ୍ତି ଯେ ଯେତେବେଳେ କରୋନା ବିରୋଧରେ ଅଭିଯାନରେ ସମସ୍ତ ଦେଶର ସରକାର ଏକାଠି କାମ କରନ୍ତି, ସେତେବେଳେ ଆମେ କେବଳ କରୋନାଭାଇରସ୍ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରିବା। ଏହା କରିବା ଦ୍ୱାରା ଆମେ କେବଳ ଭୂତାଣୁ ବିସ୍ତାରକୁ ବନ୍ଦ କରିପାରିବୁ ନାହିଁ, ବରଂ ଜୀବନ ରକ୍ଷା କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବା। ଏହାପୂର୍ବରୁ ଟେଡ୍ରୋସ ଭାରତକୁ ଅନ୍ୟ ଦେଶକୁ ଟିକା ପ୍ରଦାନ କରିଥିବାରୁ ପ୍ରଶଂସା କରିଥିଲେ।

ଗତ ୧୬ ଜାନୁଆରୀରେ ଭାରତରେ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଆରମ୍ଭ ହେବାପରେ ସମଗ୍ର ବିଶ୍ୱ ଭାରତ ଉପରେ ନଜର ରଖିଥିଲେ। ପ୍ରଥମ ପର୍ଯ୍ୟାୟରେ ତିନି କୋଟି ଲୋକଙ୍କୁ ଭାରତରେ କରୋନାର ସ୍ୱଦେଶୀ ଟିକା ଦିଆଯିବ। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (Serum Institute of India )ର କରୋନା ଭ୍ୟାକ୍ସିନ୍ କୋଭିଶିଲ୍ଡ (Covishield vaccine) ଏବଂ ଭାରତ ବାୟୋଟେକ୍ (Bharat Biotech) ର କୋଭାକ୍ସିନ୍ ( Covaxin)ଭାରତରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଛି।

ସେହିପରି ଅନେକ ଦେଶକୁ କୋଭିଡ-୧୯ (Covid-19) ଟିକା ପ୍ରଦାନ କରିଥିବାରୁ ଭାରତକୁ ପ୍ରଶଂସା କରି ଆମେରିକା ଏହାକୁ ‘ପ୍ରକୃତ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛି ଏବଂ ବିଶ୍ଵ ସମ୍ପ୍ରଦାୟକୁ ସାହାଯ୍ୟ କରିବା ପାଇଁ ଏହାର ଔଷଧ କ୍ଷେତ୍ର ବ୍ୟବହାର କରୁଛି ବୋଲି କହିଛି। ଭାରତ ଗତ କିଛି ଦିନ ମଧ୍ୟରେ ଭୁଟାନ, ମାଲଦ୍ୱୀପ, ନେପାଳ, ବାଂଲାଦେଶ, ମିଆଁମାର, ମରିସସ୍ ଏବଂ ସେଚେଲ୍ସକୁ କୋଭିଡ-୧୯ ଟିକା ପଠାଇଛି। ଏହି ଟିକାଗୁଡ଼ିକୁ ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଏବଂ ମୋରୋକୋକୁ ବ୍ୟବସାୟିକ ସାମଗ୍ରୀ ଭାବରେ ପଠାଯାଉଛି।

[amazon_auto_links id=”9939″]

Share this: