ଦେଶରେ ୨୪ ଘଣ୍ଟାରେ ରେକର୍ଡ ୯୭,୫୭୦ କରୋନା ସଂକ୍ରମିତ,୧୨୦୧ ମୃତ୍ୟୁ

Share this:

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ (Corona Virus)ର ସ୍ଥିତି ଦିନକୁ ଦିନ ଭୟଭୀତ ହେବାରେ ଲାଗିଛି। ଆଜି କରୋନା ସମସ୍ତ ରେକର୍ଡ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୭ ହଜାର୫୭୦ ଲୋକ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଥିବାବେଳେ ୧୨୦୧ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୯୭ ହଜାର ୫୭୦ଟି ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି ଏବଂ କରୋନା ସଂକ୍ରମିତ କାରଣରୁ ୧୨୦୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଭାରତରେ କରୋନା ସଂକ୍ରମିତଙ୍କ  ସଂଖ୍ୟା ମୋଟ ୪୬ ଲକ୍ଷ ୫୯ ହଜାର ୯୮୫ ଯେଉଁଥିରୁ ୯ ଲକ୍ଷ ୫୮ ହଜାର ୩୧୬ ସକ୍ରିୟ ମାମଲା ଥିବାବେଳେ ୩୬ ଲକ୍ଷ ୨୪ ହଜାର ୧୯୭ ଜଣ ସୁସ୍ଥ ହୋଇ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି।

ଦେଶରେ କରୋନା ଭୂତାଣୁରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୪ ଘଣ୍ଟାରେ ୧୨୦୧ଜଣଙ୍କ ମୃତ୍ୟୁ ସହିତ ଭାରତର କରୋନାରେ ମୃତ୍ୟୁ ସଂଖ୍ୟା ୭୭ ହଜାର ୪୭୨କୁ ବୃଦ୍ଧି ପାଇଛି। ବର୍ତ୍ତମାନ କରୋନା ସଂକ୍ରମିତ ଏବଂ ମୃତ୍ୟୁ ମାମଲାରେ ଆମେରିକା ପରେ ଭାରତ ବିଶ୍ୱର ଦ୍ୱିତୀୟ ଦେଶ ଅଟେ। ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୬ କୋଟି ୬୩ ଲକ୍ଷ ୬ ହଜାର ୨୪୭ ଏବଂ କରୋନାରେ ଲକ୍ଷେ ୯୭ ହଜାର ୪୨୧ ମୃତ୍ୟୁବରଣ କରିଛନ୍ତି।

Also Read:

ଚଳିତ ପୂଜାଋତୁ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଜାରୀ

ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ କରୋନା ଟିକା ପରୀକ୍ଷଣ ଉପରେ ପ୍ରତିବନ୍ଧକ

Share this: