୫୧ ପ୍ରତିଶତ ୬୦ ବର୍ଷରୁ ଅଧିକ ବୟସର ଲୋକ କରୋନାରେ ମୃତ୍ୟୁ ବରଣ କରୁଛନ୍ତି

Share this:

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଦିନ କହିଛି ଯେ ଭାରତରେ ଏକ ରିପୋର୍ଟ ଅନୁସାରେ କରୋନା ଭୂତାଣୁ (Corona virus) ମାମଲାର ୫୪ ପ୍ରତିଶତ ୧୮  ରୁ ୪୪ ବର୍ଷ ବୟସର ଲୋକଙ୍କ ସହ ଜଡିତ ଥିବାବେଳେ ଏହି ରୋଗ ହେତୁ ୫୧ ପ୍ରତିଶତ ମୃତ୍ୟୁ ୬୦ କିମ୍ବା ତଦୁର୍ଦ୍ଧ୍ୱ ବୟସରେ ଘଟିଛି।

କୋଭିଡ -୧୯ ମାମଲାର ମୂଲ୍ୟାଙ୍କନ ଉପସ୍ଥାପନ କରୁଥିବାବେଳେ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ୪୫ ରୁ ୬୦ବର୍ଷ ବୟସରେ ୩୬ ପ୍ରତିଶତ ମୃତ୍ୟୁ, ୨୬ ରୁ ୪୪ ବର୍ଷ ବୟସରେ ୧୧ ପ୍ରତିଶତ ମୃତ୍ୟୁ ଏବଂ ଯେଉଁମାନେ ୧୮ ରୁ ୨୫ ବର୍ଷ ଏବଂ୧୭ ବର୍ଷରୁ କମ୍ ବୟସର ସେମାନଙ୍କର ଗୋଟିଏ ପ୍ରତିଶତ ମୃତ୍ୟୁହାର ରହିଛି। ୨୫ଅଗଷ୍ଟରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମାନ ତଥ୍ୟ ଉପସ୍ଥାପନ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ କୋଭିଡ-୧୯ ଦ୍ଵାରା ୬୯ପ୍ରତିଶତ ମୃତ୍ୟୁ ପୁରୁଷ ହୋଇଥିବାବେଳେ ମହିଳାଙ୍କ ମଧ୍ୟରେ ଏହି ହାର ୩୧ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୭୦ ପ୍ରତିଶତରୁ ଅଧିକ ମୃତ୍ୟୁ ଅନ୍ୟ ଗୁରୁତର ରୋଗ ହେତୁ ହେଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧.୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଏହି ସମୟ ମଧ୍ୟରେ ଦିନିକିଆ ରେକର୍ଡ ଭାବେ ୬୮ ହଜାର ୫୮୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୯ ଲକ୍ଷ ୭୦ ହଜାର ୪୯୨ରେ ପହଞ୍ଚିଛି।

Also Read: ଭାରତରେ ପ୍ରତି ଏକ ମିନିଟ୍ ରେ ୫୮ ଜଣ ହେଉଛନ୍ତି କରୋନାରେ ଆକ୍ରାନ୍ତ

ଏଥିସହିତ ସୁସ୍ଥତା ହାର ୭୭.୦୯ ପ୍ରତିଶତ ହୋଇଛି। ଫଳସ୍ଵରୂପ ସକ୍ରିୟ ରୋଗୀ ୮ ଲକ୍ଷ ୧୫ ହଜାର ୫୩୮ ତୁଳନାରେ ଅଧିକ ୨୧ ଲକ୍ଷ ୫୦ ହଜାର ସୁସ୍ଥ ହୋଇଛନ୍ତି। ଦେଶରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ସଂକ୍ରମିତଙ୍କ ତୁଳନାରେ ୩.୬ ଗୁଣ ଅଧିକ ହୋଇଛି। ରେକର୍ଡ ସଂଖ୍ୟକ ସୁସ୍ଥ ହେବା ଫଳରେ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇ ମୋଟ ସଂକ୍ରମଣ ସଂଖ୍ୟା ମାତ୍ର ୨୧.୧୬ ପ୍ରତିଶତରେ ରହିଛି। ହସ୍ପିଟାଲର ଚିକିତ୍ସା ସୁବିଧାରେ ଉନ୍ନତି, ଘରୋଇ ଏକାନ୍ତବାସରେ ଥିବା ରୋଗୀମାନଙ୍କ ତଦାରଖ, ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା, ନୂଆଦିଲ୍ଲୀସ୍ଥିତ ଏମ୍ସ ବିଶେଷାଜ୍ଞଙ୍କ ଦ୍ଵାରା ସ୍ଵତନ୍ତ୍ର ପରାମର୍ଶ ଯୋଗୁଁ ଏହି ସୁସ୍ଥତା ହାରର ବୃଦ୍ଧି ସମ୍ଭବ ହୋଇଛି। ଏହିସବୁ ସୁଚିନ୍ତିତ ପଦକ୍ଷେପ ବଳରେ ବିଶ୍ଵରେ ସଂକ୍ରମଣ ତୁଳନାରେ ମୃତ୍ୟୁ ହାର ୩.୩ ଥିବା ବେଳେ ଆମ ଦେଶରେ ଆଜି ଏହା ୧.୭୫ପ୍ରତିଶତରେ ରହିଛି।

Also Read :  

କେବଳ ୪ଟି ବ୍ୟାଙ୍କ ହେବ ସରକାରୀ, ଅନ୍ୟ ସବୁ ହେବ ଘରୋଇକରଣ!

ଭାରତରେ ଆପ୍ ବ୍ୟାନ ନିଷ୍ପତ୍ତିକୁ ନେଇ ଚୀନ୍ ବିଚଳିତ, କହୁଛି କିଛି ଭଲ ହେଲାନି,ଆମ ସ୍ୱାର୍ଥର କ୍ଷତି

Share this: