Coronavirus India: ଗତ ୨୪ ଘଣ୍ଟାରେ ୫୦,୩୫୭ ଜଣ ନୂଆ ସଂକ୍ରମିତ, ୫୭୭ ମୃତ
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୫୦,୩୫୭ ନୂଆ କରୋନା ପଜିଟିଭ (Corona Virus) ଚିହ୍ନଟ ହୋଇଛନ୍ତି। ଏଥିସହିତ ୫୭୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅନୁସାରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧,୨୫,୫୬୨ ରେ ପହଞ୍ଚିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪,୬୨,୦୮୧ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୫,୧୬,୬୩୨ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ୭୮,୧୯,୮୮୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ରେ ୫୩,୯୨୦ ଜଣ ସୁସ୍ଥ ହୋଇଛନ୍ତି।
ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଏହା ସହ ଦେଶରେ ଆରୋଗ୍ୟ ହାର ୯୨.୦୯ % କୁ ବୃଦ୍ଧି ପାଇଛି।
With 50,357 new #COVID19 infections, India’s total cases surge to 84,62,081. With 577 new deaths, toll mounts to 1,25,562
— ANI (@ANI) November 7, 2020
Total active cases are 5,16,632 after a decrease of 4,141 in last 24 hrs.
Total cured cases are 78,19,887 with 53,920 new discharges in the last 24 hrs pic.twitter.com/nlfKNm6MNZ
Also Read | School Reopen: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ