୩୭ ବର୍ଷ ପୂର୍ବେ ଭାରତୀୟ କ୍ରିକେଟ୍ ଦଳ ଆଜିର ଦିନରେ ବିଶ୍ୱ ଚାମ୍ପିଅନ୍ ହୋଇଥିଲା
ଠିକ୍ ୩୭ ବର୍ଷ ପୂର୍ବେ, ଆଜି ଭାରତୀୟ ଦଳ ଲର୍ଡସରେ ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିଲା । ସେଦିନ ଥିଲା ୨୫ ଜୁନ ୧୯୮୩ ଫାଇନାଲରେ ଭାରତର ମୁକାବିଲା ସେ ସମୟର ଶକ୍ତିଶାଳୀ ଦଳ ୱେଷ୍ଟଇଣ୍ଡିଜ୍ ସହିତ ହୋଇଥିଲା। ସାରା ବିଶ୍ଵ ଗଣନା ଆରମ୍ଭ କରିଦେଇଥିଲା ଯେ ଏଥର ବି ୱେଷ୍ଟଇଣ୍ଡିଜ୍ ବିଶ୍ଵ କପ ହାତେଇନେବ। କିନ୍ତୁ ସମସ୍ତଙ୍କ ଗଣନା ଭୁଲ ପ୍ରମାଣିତ କରି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ କୁ ୪୩ ରନ୍ ରେ ପରାସ୍ତ କରି ଆଶ୍ଚର୍ଯ୍ୟଜନକ ବିଜୟ ହାସଲ କରି ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଲା । ସମଗ୍ର ଟୁର୍ନାମେଣ୍ଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଭଳି କିମ୍ବଦନ୍ତୀ ଦଳର ଆଶା ବିରୁଦ୍ଧରେ ଏକ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଥିଲେ।
ସୂଚନା ଯୋଗ୍ୟ ,ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଏବଂ ୫୪.୪ ଓଭରରେ ଭାରତ ମାତ୍ର ୧୮୩ ରନ୍ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ଏହା ଏକ ବଡ଼ ଲକ୍ଷ୍ୟ ନଥିଲା କିନ୍ତୁ ଭାରତୀୟ ଦଳ ର ମାପଚୁପ ବୋଲିଂ ଆଗରେ ୱେଷ୍ଟଇଣ୍ଡିଜ୍ ୪୩ ରନ୍ ରେ ପରାଜୟ ସ୍ଵୀକାର କରିଥିଲା।