ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ କରୋନା ପଜିଟିଭ୍

Share this:

ନୂଆଦିଲ୍ଲୀ: ଆଜି ପୁଣି ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି।ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆକ୍ରାନ୍ତ ହୋଇଛନ୍ତି। ସୋମବାର ଦିନ ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଯେ ,ଆଜି ମୋର କରୋନା ଭୂତାଣୁ ପରୀକ୍ଷା କରାଯାଇଛି। ମୋର ପରୀକ୍ଷା ରିପୋର୍ଟ ପଜିଟିଭ ବାହାରିଛି। ମୁଁ ମୋର ସମସ୍ତ ସହକର୍ମୀଙ୍କୁ ନିବେଦନ କରୁଛି ଯେ ଯେଉଁମାନେ ଗତ ସପ୍ତାହରୁ ମୋ ସହ ଯୋଗାଯୋଗ କରିଛନ୍ତି ସେମାନେ ତୁରନ୍ତ ସେମାନଙ୍କର କରୋନା ପରୀକ୍ଷା କରିବା ଉଚିତ ଏବଂ ନିଜକୁ ସଂଗରୋଧ କରିବା ଉଚିତ୍, ମୁଁ ନିଜେ ବର୍ତ୍ତମାନ ସଙ୍ଗରୋଧରେ ଅଛି।

Also Read:

୭୩ ଦିନ ମଧ୍ୟରେ କୋଭିଶିଲ୍ଡ ଟୀକା ପାଇବା ଉପରେ ସେରମ୍ ଇନଷ୍ଟିଚ୍ୟୁଟ୍ ର ବିବୃତ୍ତି

ଗଣମାଧ୍ୟମର କାର୍ଯ୍ୟକ୍ରମ ପ୍ରସ୍ତୁତି ସଂକ୍ରାନ୍ତ ଏସଓପି ଜାରିକଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଓଡ଼ିଶାରେ ରେକର୍ଡ ସଂଖ୍ୟକ ୨୯୪୯ଜଣ କରୋନା ପଜିଟିଭ ଚିହ୍ନଟ,କେବଳ କଟକରୁ “୫୮୯”

Share this: