Odisha Assembly News: ଯେଉଁ ଚାଷୀମାନଙ୍କର ଟୋକନ ଅବଧି ସରିଯାଇଛି ସେମାନଙ୍କୁ ଆଉ ଟୋକନ ମିଳିବନାହିଁ :ମନ୍ତ୍ରୀ

Share this:

ଭୁବନେଶ୍ଵର: ଆଜି ବିଧାନସଭା (Assembly) ରେ ଫେବୃୟାରୀ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୫୬ଲକ୍ଷ ୬୭ହଜାର କୁଇଣ୍ଟାଲ ଧାନ ଖରିଦ ସରିଲାଣି। ଚଳିତ ଖରିଫ ଋତୁରେ ୫୪ଲକ୍ଷ ମେଟ୍ରିକ ଟନ୍‍ ଧାନ କିଣା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ସଂଗୃହୀତ ଧାନ ପରିମାଣ ତାହାକୁ ଟପିଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ (Minister for Food Supplies & Consumer Welfare-Ranendra Pratap Swain) ପ୍ରକାଶ କରିଛନ୍ତି।

Related Post | Odisha Budget: ଉପସ୍ଥାପିତ ହେଲା ରାଜ୍ୟ ବଜେଟ; ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ

ଆଜି ପ୍ରଶ୍ନକାଳରେ ବିଧାୟକ ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ, ଦେବେଶ ଆଚାର୍ଯ୍ୟ, ପ୍ରଫୁଲ ସାମଲ ଆଦିଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଧାନ ବିକ୍ରି କରିବାପାଇଁ ୧୪ଲକ୍ଷ ୭୨ହଜାର ଚାଷୀ ପଞ୍ଜିକୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରିକରି ସାରିଲେଣି। ତେବେ ଯେଉଁ ଚାଷୀମାନଙ୍କର ଟୋକନ ଅବଧି ସରିଯାଇଛି ସେମାନଙ୍କୁ ଆଉ ଟୋକନ ମିଳିବନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କେବେଳ କେତେକ ସ୍ୱତନ୍ତ୍ର କ୍ଷେତ୍ରରେ ଏହା ହୋଇପାରିବ। ତେବେ କୌଣସି କ୍ଷେତ୍ରରେ ବ୍ୟବସାୟୀଙ୍କ ଧାନକୁ ସରକାର ଖରିଦ କରିବେନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

Also Read | JMFC Court Odisha: ରାଜ୍ୟର ପ୍ରତ୍ୟେକ ବ୍ଲକରେ ଜେଏମ୍‍ଏଫ୍‍ସି କୋର୍ଟ ହେବ ପ୍ରତିଷ୍ଠା:ରାଜ୍ୟ ସରକାର

Share this: