ସାଂସଦ ଆସୁ ଆସୁ ଫିତା କାଟିଦେଲେ ବିଧାୟକ, ଆଉ ତାପରେ…

Share this:

ପାଲଲହଡ଼ା: ସାଂସଦ ଆସୁ ଆସୁ ଫିତା କାଟିଦେଲେ ବିଧାୟକ। ଏମିତି ଏକ ଘଟଣା ଘଟିଛି ଅନୁଗୁଳ (Angul) ଜିଲ୍ଲା ପାଲଲହଡ଼ାରେ ଏକ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ। ଏହାକୁ ନେଇ ଜୋର ଧରିଛି ରାଜନୀତି।

ସୂଚନା ଅନୁସାରେ ପାଲଲହଡ଼ା ଆଦର୍ଶ ସ୍କୁଲରେ ଏକ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନ ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ଆଜି ସକାଳ ୧୦.୩୦ ଟାବେଳେ ସମୟ ଧାର୍ଯ୍ୟ କରିଥିଲେ। ଏଥିପାଇଁ ଉଭୟ ସାଂସଦ ଓ ବିଧାୟକଙ୍କୁ ଜଣାଇ ଦିଆଯାଇଥିଲା। ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ୍ (Mukesh Kumar Pal) ଠିକ୍ ସମୟରେ ପହଞ୍ଚିଥିଲେ। କିନ୍ତୁ ଢେଙ୍କାନାଳ ସାଂସଦ ମହେଶ ସାହୁ (MP Mahesh Sahoo)  ପହଞ୍ଚିବାର ବିଳମ୍ବକୁ ଦେଖି, ସାଂସଦଙ୍କୁ ଅପେକ୍ଷା ନକରି ବିଧାୟକ କୋଭିଡ୍ କେୟାର ସେଣ୍ଟରକୁ ଫିତା କାଟି ଉଦ୍ଘାଟନ କରିଥିଲେ। ଏହା ପରେ ସାଂସଦ ଏବଂ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଢେଙ୍କାନାଳ ସାଂସଦ ମହେଶ ସାହୁ ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ ପ୍ରତି  ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ପରେ ବିଧାୟକଙ୍କ ପ୍ରତି ଖରାପ ଶବ୍ଦ ପ୍ରୟୋଗ କରିଥିବା ନିଜେ ମୁକେଶ ପାଲ୍ ଅଭିଯୋଗ କରିଛନ୍ତି। ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ୍ କହିଛନ୍ତି ଯେ, କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏଠାରେ କୋଭିଡ୍‌ କେୟାର ସେଣ୍ଟର ଖୋଲିବାପାଇଁ ମୁଁ ପ୍ରଶାସନ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେଇଥିଲି। ଆଜି ଏହାର ଉଦଘାଟନ ହେବାର ଥିଲା। ମୋତେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ କହିଲେ ଏମପି ସାର ଆସିବା ପାଇଁ ଚାହୁଁଛନ୍ତି। ମୁଁ କହିଲି ଆସନ୍ତୁ। କିନ୍ତୁ ଏମପି ଚାହୁଁଥିଲେ ଏହା ସୋମବାର ଉଦଘାଟନ ହେଉ। କିନ୍ତୁ ଏହାର ଶୀଘ୍ର ଆବଶ୍ୟକତା ଥିଲା। ଆଜି ଏହା ୧୦ଟା ବେଳେ ହେବାର ଥିଲା। ଆମେ ଉଦ୍ଘାଟନ କରିଦେଇଥିଲୁ। ସାଂସଦ ୧୧ଟା ବେଳେ ଆସିଲେ। ପରେ ମୋତେ ସମସ୍ତଙ୍କ ସମ୍ମୁଖରେ  ଦୁର୍ବ୍ୟବହାର କଲେ। ନିଜ ପ୍ରତିକ୍ରିୟାରେ ସାଂସଦ ମହେଶ ସାହୁ କହିଛନ୍ତି ଯେ, ଏହି କୋଭିଡ କେୟାର ସେଣ୍ଟର ଆଜି ଦିନ ୧୧ଟା ବେଳେ ଉଦ୍‌ଘାଟନ ହେବାର ଥିଲା। ହେଲେ ମୁଁ ଆସିବା ବେଳକୁ ବିଧାୟକ ଫିତା କାଟି ଦେଇଛନ୍ତି। ମୁଁ କହିଲି ମୁକେଶ ବାବୁ କରୋନାରେ ରାଜନୀତି କରାଯାଏନି। ମୋତେ ବି ଲୋକ ଭୋଟ ଦେଇଛନ୍ତି ମୋର ଲୋକମାନଙ୍କ ପ୍ରତି କର୍ତ୍ତବ୍ୟ ଅଛି। ମୁଁ କୌଣସି ଖରାପ ଭାଷା ପ୍ରୟୋଗ କରିନାହିଁ ବୋଲି ସାଂସଦ କହିଛନ୍ତି।

[amazon_auto_links id=”9932″]

Also Read | Covid-19: ରାଜ୍ୟରୁ ଆଜି ଆଉ ୪୦ଜଣ କରୋନାରେ ମୃତ୍ୟୁ

Share this: