ଇଂଲଣ୍ଡ ୧୧୩ ରନ ରେ ବିଜୟୀ, ସିରଜ ୧-୧ ରେ
ମଞ୍ଚେଷ୍ଟର: ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ରେ ଇଂଲଣ୍ଡ ବିଜୟୀ ହୋଇଛି। ମଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚ୍ର ୫ମ ଦିନରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଘୋଷଣା କରି ୧୨୯ ସ୍କୋର କରି ୱେଷ୍ଟଇଣ୍ଡିଜ ସମ୍ମୁଖରେ ଜିତିବା ପାଇଁ ୩୧୨ ରନ୍ର ଲକ୍ଷ୍ୟ ସ୍ଥିର କରିଥିଲା। କିନ୍ତୁ ଇଂଲଣ୍ଡ ବୋଲିଂ ର ସାମନା କରି ନପାରି ୱେଷ୍ଟ ଇଣ୍ଡିଜ ୧୯୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ଟେଷ୍ଟ ସିରିଜ ୧-୧ରେ ପହଞ୍ଚିଛି।
ଇଂଲଣ୍ଡ ଦେଇଥିବା ଟାର୍ଗେଟ ୩୧୨ ରନ୍ କୁ ସଂଗ୍ରହ କରିବାକୁ ଯାଇ ୱେଷ୍ଟ ଇଣ୍ଡିଜ ପାଳି ଖରାପ ଆରମ୍ଭ କରିଥିଲା। ଓପନର ଜନ୍ କାମ୍ବେଲ ମାତ୍ର ୪ ରନ୍ ରେ ଷ୍ଟୁଆର୍ଟ ବ୍ରଡ କୁ ୱିକେଟ୍ ଦେଇ ଫେରିଯାଇଥିଲେ। ଭୋକସ୍ ,କ୍ରେଗ୍ ବ୍ରାଥୱାଇଟ୍ ଙ୍କୁ ୧୨ ରନ୍ ରେ LBW ଆଉଟ କରି ଇଂଲଣ୍ଡକୁ ୨ ୟ ସଫଳତା ଦେଇଥିଲେ। ବ୍ରଡ ୭ ରନ ରେ ହୋପ୍ କୁ ବୋଲ୍ଡ କରିଥିଲେ। ବ୍ରଡ ନିଜର ତୃତୀୟ ୱିକେଟ୍ ରୋଷ୍ଟନ୍ ଚେଜ୍ କୁ LBW ଆଉଟ କରି ପୂରଣ କରିଥିଲେ। ପ୍ରଥମ ଟେଷ୍ଟରେ ୯୫ ରନ୍ ଖେଳି ମ୍ୟାଚ୍ ୱିନର ବ୍ଲାକ୍ଉଡ୍ ୫୫ ରନ୍ ସଂଗ୍ରହ କରି ଷ୍ଟୋକ୍ସ ଙ୍କ ଦ୍ବାରା ଆଉଟ ହୋଇଥିଲେ। ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ପାଇଁ ବ୍ରୁକ୍ସ ସର୍ବାଧିକ ୬୨ ରନ୍ ସଂଗ୍ରହ କରିଥିଲେ। ସାମ କୁରନ୍ ତାଙ୍କୁ LBW କରି ଇଂଲଣ୍ଡକୁ ଏକ ବଡ଼ ସଫଳତା ଦେଇଥିଲେ। ବ୍ରଡ ଏହି ଇନିଂସରେ ଇଂଲଣ୍ଡ ପାଇଁ ସର୍ବାଧିକ ତିନୋଟି ୱିକେଟ୍ ନେଇଥିବାବେଳେ ଭକ୍ସ, ବେସ୍ ଏବଂ ଷ୍ଟୋକ୍ସ ଦୁଇଟି ଲେଖାଏଁ ସଫଳତା ମିଳିଥିଲା।
ସଂକ୍ଷିପ୍ତ ସ୍କୋର:-
ଇଂଲଣ୍ଡ୍ ପ୍ରଥମ ପାଳି: ୪୬୯/୯, ଘୋଷଣା (ବେନ୍ ଷ୍ଟୋକ୍ସ-୧୭୬, ଡୋମିନିକ୍ ଶିବଲେ-୧୨୦, ଚେଜ୍-୫/୧୭୨, ରୋଚ୍-୨/୫୮)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୨୮୭ (କ୍ରେଗ୍ ବ୍ରାଥ୍ୱେଟ୍-୭୫, ବ୍ରୁକ୍ସ-୬, ଚେଜ୍-୫୧, ଅଲଜାରି ଯୋସେଫ୍-୩୨, କ୍ରିସ୍ ୱକ୍ସ-୩/୪୨, ଷ୍ଟୁଆର୍ଟ ବ୍ରଡ୍-୩/୬୬, ସାମ୍ କରନ୍-୨/୭୦, ବେନ୍ ଷ୍ଟୋକ୍ସ-୧/୨୯, ଡୋମିନିକ୍ ବେସ୍-୧/୬୭)। ଇଂଲଣ୍ଡ୍ ଦ୍ବିତୀୟ ପାଳି: ୧୨୯/୩, ପାରି ଘୋଷଣା (ବେନ୍ ଷ୍ଟୋକ୍ସ-୭୮*, ଜୋ ରୁଟ୍-୨୨, ରୋଚ୍-୨/୩୭)।ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି (ବିଜୟ ଲକ୍ଷ୍ୟ ୩୧୨): ୧୯୮/୧୦ (ବ୍ରୁକ୍ସ-୬୨, ବ୍ଲାକଉଡ୍-୫୫, ହୋଲଡର-୩୫, ଷ୍ଟୁଆର୍ଟ ବ୍ରଡ୍-୩/୪୨, ବେନ୍ ଷ୍ଟୋକ୍ସ-୨/୩୦, କ୍ରିସ୍ ୱକ୍ସ-୨/୩୪, ଡୋମିନିକ୍ ବେସ୍-୨/୫୯, ସାମ କରନ୍-୧/୩୦)।