Electricity ଦର ୨୦ ପଇସା ବଢ଼ିଲା, ଅକ୍ଟୋବର ୧ରୁ ଲାଗୁ

Share this:

ଭୁବନେଶ୍ୱର : କରୋନା (Corona) କାଳରେ ଲୋକେ ଦରଦାମ ସହିତ ଜୀବିକା ଜୀବନ ବଞ୍ଚେଇବା ପାଇଁ ସଂଘର୍ଷ କରୁଥିବାବେଳେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (Odisha Electricity Regulatory Commission-OERC) ବିଦ୍ୟୁତ ଦରରେ ୩.୯% ବୃଦ୍ଧି କରିଛନ୍ତି। ବିଜ୍ଞପ୍ତି ଜାରି କରି ଜଣାଇଛନ୍ତି ଯେ ଉପଭୋକ୍ତାମାନେ ଆସନ୍ତା ଅକ୍ଚୋବର ୧ତାରିଖରୁ ୟୁନିଟ୍ (Unit ) ପିଛା ଅଧିକ ୨୦ପଇସା ଦେବେ। ଏହି ବର୍ଦ୍ଧିତ ମୂଲ୍ୟ ଚାଷକାମ, ବିପିଏଲ୍ (BPL) ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ନାହିଁ। ଆୟୋଗ ଏହି ଯୁକ୍ତି  କରିଛନ୍ତି ଯେ ୨୦୦୧-୦୨ରୁ ୨୦୦୯-୧୦ ଆର୍ଥିକ ବର୍ଷ ଯାଏ ବିଦ୍ୟୁତ ଦର ବୃଦ୍ଧି ହୋଇନଥିଲା। ସେହିଭଳି ୨୦୧୪-୧୫, ୨୦୧୬-୧୭, ୨୦୧୮-୧୯ ଓ ୨୦୧୯-୨୦ରେ ବିଦ୍ୟୁତ ଶୁଳ୍‌କ ବୃଦ୍ଧି କରାଯାଇନାହିଁ।

ଅକ୍ଟୋବର ପହିଲାରୁ ନୂତନ ବିଦ୍ୟୁତ୍‌ ଶୁଳ୍କ ଅନୁସାରେ ଘରୋଇ ଉପଭୋକ୍ତାମାନେ ପ୍ରଥମ ୫୦ ୟୁନିଟ୍‌ ପିଛା ୨ଟଙ୍କା ୫୦ ପଇସା ବଦଳରେ ୨ଟଙ୍କା ୭୦ ପଇସା, ୫୦ରୁ ୨୦୦ ୟୁନିଟ୍‌ ପିଛା ୪.୩୦ ଟଙ୍କା ବଦଳରେ ୪.୫୦ ଟଙ୍କା, ୨୦୦ରୁ ୪୦୦ ୟୁନିଟ୍‌ ମଧ୍ୟରେ ଉପଭୋକ୍ତାମାନେ ୫.୩୦ ଟଙ୍କା ବଦଳରେ ୫.୫୦ ଟଙ୍କା ଏବଂ ଏହାଠାରୁ ଅଧିକ ୟୁନିଟ୍ ପିଛା ୪.୭୦ ଟଙ୍କା ପ୍ରଦାନ କରିବେ। ମିଟର ଭଡ଼ା, ଓପିଟିସିଏଲ୍ ପରିବହନ ଜନିତ ଖର୍ଚ୍ଚ ଆଦି ପୂର୍ବ ନିଷ୍ପତ୍ତିକୁ ଆୟୋଗ ଅପରିବର୍ତିତ ରଖିଛନ୍ତି। ଏଥିସହିତ ଡିଜିଟାଲ୍‌ ପେମେଣ୍ଟ (Digital Payment ) କରୁଥିବା ଘ‌େ‌ରାଇ ଉପଭୋକ୍ତାଙ୍କୁ ୨%, ପ୍ରିପେଡ୍‌ (Prepaid) ଉପଭୋକ୍ତାଙ୍କୁ ୨% ଡିସକାଉଣ୍ଟ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳ ଉପଭୋକ୍ତା ଯେଉଁମାନେ ନିୟମିତ ନିର୍ଧାରିତ ସମୟରେ ବିଲ୍‌ ପୈଠ କରୁଛନ୍ତି ସେମାନଙ୍କୁ ୟୁନିଟ୍ ପିଛା ୫ ପଇସା ଡିସକାଉଣ୍ଟ ମିଳିବ।

ବର୍ତମାନ ପରିସ୍ଥିତିରେ ବିଦ୍ୟୁତ ଦର ବୃଦ୍ଧି କରିବା ନିହାତି ଦରକାର ବୋଲି ଗ୍ରିଡ୍‌କୋ ପକ୍ଷରୁ ଯୁକ୍ତି କରାଯାଇଥିଲା। ଯାହା ଉପରେ ଶୁଣାଣି କରି ଆୟୋଗ ୩୪୧କୋଟି ୧୫ଲକ୍ଷ ଟଙ୍କାର ନିଅଣ୍ଟକୁ ମଞ୍ଜୁରି ଦେଇଛନ୍ତି। ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ଗ୍ରିଡ୍‌କୋ (GRIDCO) ର ନିଅଣ୍ଟିଆ ସ୍ଥିତିକୁ ଭରଣା କରିଥିଲେ, ଉପଭୋକ୍ତାଙ୍କ ଉପରେ ଆହୁରି ଅଧିକ ଆର୍ଥିକ ବୋଝ ପଡ଼ିଥାନ୍ତା। କୋଭିଡ୍‌ ପରିସ୍ଥିତିରେ ଜନସାଧାରଣଙ୍କ ଉପରେ ବୋଝ ଲଦିବାକୁ ଆୟୋଗ ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ସମୟ ନେଇଥିଲେ। ତେବେ କୋଇଲା ଏବଂ ବିଦ୍ୟୁତ୍‌ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଗତ ଅଗଷ୍ଟ ୨୧ରେ ଗ୍ରିଡ୍‌କୋ ପୁନର୍ବାର ଏହି ହାରାହାରି ରାଜସ୍ଵ  ଆବଶ୍ୟକତା ନିଅଣ୍ଟ ପୂରଣ କରିବାକୁ ଆବେଦନ କରିଥିଲା। ହେଲେ ଆୟୋଗ କେବଳ ୨୧୯ କୋଟି ଟଙ୍କାର ହାରାହାରି ରାଜସ୍ଵ  ଆବଶ୍ୟକତ କୁ ଅନୁମତି ଦେଇଛନ୍ତି। ଫଳରେ ଉପଭୋକ୍ତାଙ୍କ ଉପରେ ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି ହୋଇଥିବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।

Also Read:

Puri: ନାଗାର୍ଜୁନ ବେଶ ଆଲୋଚନା ପାଇଁ ଖୁବ୍‍ ଶୀଘ୍ର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ,ଶ୍ରୀମନ୍ଦିର ତିନି ଦ୍ଵାର ହେବ ରୂପା ଛାଉଣି

Share this: