ଢେଙ୍କାନାଳ ପୌରାଞ୍ଚଳ ୨ ଦିନ ସଟ ଡାଉନ

Share this:

ଢେଙ୍କାନାଳ: ଢେଙ୍କାନାଳ ପୌରାଞ୍ଚଳକୁ ୨ ଦିନିଆ ସଟଡାଉନ ଘୋଷଣା କରାଯାଇଛି। ଗତ ୧୦ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ରୁ ଅଧିକ ବଢ଼ିଥିବାରୁ ଆସନ୍ତା କାଲିଠାରୁ ୨୮ ତାରିଖ ଯାଏ ୨ ଦିନ ସଟଡାଉନ ରହିବ। ଢେଙ୍କାନାଳ ଟାଉନ ପୌରାଞ୍ଚଳର ସମସ୍ତ ୨୩ଟି ୱାର୍ଡରେ ସଟଡାଉନ ଲାଗୁ ହେବ।

ଦିନ କୁ ଦିନ ଢେଙ୍କାନାଳ ଜିଲ୍ଲା ଓ ଢେଙ୍କାନାଳ ପୌରପାଳିକା ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବଢି ଚାଲିଛି। ଏହାସହିତ ରେଡ ଜୋନ ଜିଲ୍ଲା ରୁ ଆସୁଥିବା ସଂକ୍ରମିତ ବ୍ୟକ୍ତି ବିଶେଷ କୋଭିଡ଼-୧୯ କୁ ପ୍ରସାରିତ କରୁଛନ୍ତି ଯାହାକି ସ୍ଥାନୀୟ ସଂକ୍ରମଣ ହେଉଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା କାଲି ଓ ଅଗଷ୍ଟ ୨୮ ତାରିଖ ସଟଡାଉନ ଘୋଷଣା କରାଯାଇଛି।

ପୂର୍ବରୁ ସପ୍ତାହିକ ସଟଡାଉନ ପାଇଁ ୨୯ ତାରିଖ ଶନିବାର ଓ ୩୦ ତାରିଖ ରବିବାର ସହର ବନ୍ଦ ରହିବ। ସମୁଦାୟ ସଟ ଡାଉନ ଚାରି ଦିନ ହେବ। ପୌରାଞ୍ଚଳ ସଟଡାଉନ ହେଉଥିବାରୁ ଆଜି ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ପୌର ପ୍ରଶାସନ ଘୋଷଣା କରିଛି।

Also Read

Share this: