ଢେଙ୍କାନାଳ ଜିଲ୍ଲାରେ ଆଜି ୪୩ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ :(ମହିମାଲାଇଭ) ଆଜି ଢେଙ୍କାନାଳ ଜିଲ୍ଲାରେ ୪୩ ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକ ରୁ ୪୦ ଜଣ, ଭୁବନ ବ୍ଲକ ରୁ ଜଣେ,କାମାକ୍ଷାନଗର ବ୍ଲକ ରୁ ଜଣେ ଏବଂ କାମାକ୍ଷାନଗର ଏନଏସିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଗଁଦିଆ ବ୍ଲକର ଷଡଙ୍ଗୀ ରୁ ୯ ଜଣ ,କଲୁଣିଗୋଡ଼ାରୁ ୮ ଜଣ ,ଝରଦାରୁ ୭ ଜଣ,ପିଂଗୁଆ ରୁ ୬ ଜଣ,ମନ୍ଦାରରୁ ୮ ଜଣ ଏବଂ ଖଣ୍ଡବନ୍ଧ ରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନ ବ୍ଲକର ମୃଦଙ୍ଗାରୁ ଜଣେ,କାମାକ୍ଷାନଗର ବ୍ଲକର ଶାଳପଡାରୁ ଜଣେ ଏବଂ କାମାକ୍ଷାନଗର ଏନଏ ସି ର ଏକୁଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଇଛନ୍ତି।

ଏ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାଙ୍କୁ ଟ୍ରେସିଂ କରାଯାଇ ସ୍ଵାବ ଟେଷ୍ଟ କରାଯାଇଥିଲା ଏବଂ ସେମାନଙ୍କର ରିପୋର୍ଟ୍ ପଜିଟିଭ ଆସିଛି। ଅନୁ ୫ ଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ ଟେଷ୍ଟ ଦ୍ଵାରା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି।  ଏହି ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ଼ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ଭର୍ତ୍ତୀ କରାଯାଇଛି। ସେମାନେ ରହୁଥିବା ଘରଗୁଡିକ ଏବଂ ସେ ଅଞ୍ଚଳ କୁ ବିଶୋଧନ କରାଯାଇଛି।

ଜିଲ୍ଲାରେ ଚିକିତ୍ସା ପରେ ଆଉ ୭୫ ଜଣ କରୋନ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୪୯୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ୨୭୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି। ଏବଂ ୨୨୩  ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ  ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ,ଘରୁ ଜରୁରୀ ଥିଲେ ବାହାରିଲେ ମାସ୍କ ପିନ୍ଧିବାକୁ ,ସର୍ବ ସାଧାରଣ ସ୍ଥାନରେ ସୁରକ୍ଷିତ ସାମାଜିକ ଦୂରତ୍ବ ବଜାୟ ରଖିବାକୁ,ଘରକୁ ଆସିଲେ ସାବୁନରେ ଭଲଭାବରେ ହାତ ଧୋଇବାକୁ ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା ଜନସାଧାରଣଙ୍କୁ ନିବେଦନ କରିଛନ୍ତି।    

Share this: