Dengue Cases in Odisha: ଓଡ଼ିଶାରେ ୨,୩୦୯ ଡେଙ୍ଗୁ ରୋଗୀ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

Share this:

ଭୁବନେଶ୍ଵର: Dengue Cases reported in Odisha: ଓଡ଼ିଶାରେ ଏପର୍ଯ୍ୟନ୍ତ ୨ ହଜାର ୩୦୯ଜଣ ଡେଙ୍ଗୁ (Dengue) ରୋଗୀ ଚିହ୍ନଟ ହୋଇଛନ୍ତି। ୨୨ ହଜାର ୬୮ ଜଣଙ୍କର ନମୁନା ପରୀକ୍ଷା ଶେଷ ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇ କହିଛନ୍ତି।

ସେ କହିଛନ୍ତି, ଗତବର୍ଷ ୧୦ ହଜାର ୮୩୩ ନମୁନା ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ ହଜାର ୮୭୮ ରୋଗୀ ଚିହ୍ନଟ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ପରୀକ୍ଷଣ ହୋଇଥିବା ନୁମନା ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରେ ୧୧୨୫ ଜଣ ରହିଛନ୍ତି। ଏହାପରେ କୋରାପୁଟରେ ୩୪୨ଜଣ, ମାଲକାନଗିରିରେ ୧୭୭ଜଣ, ରାୟଗଡ଼ାରେ ୨୬୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ପ୍ଲେଟେଲେଟ ପର୍ଯ୍ୟାପ୍ତ ରହିଛି।

ସୂଚନାଅନୁସାରେ, ରାଜ୍ୟରେ ବର୍ତ୍ତମାନ ୯ଟି ରକ୍ତ ଭଣ୍ଡାରରେ ପ୍ଲେଟେଲେଟ ପୃଥକୀକରଣ ୟୁନିଟ କାର୍ଯ୍ୟକ୍ଷମ ଅଛି।

Read Also | Corona Cases in Odisha: ଆଜି ରାଜ୍ୟରୁ ୧୭୪ କରୋନା ସଂକ୍ରମିତ ଚିହ୍ନଟ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *