Breaking Newsଜାତୀୟଦେଶ ବିଦେଶ

ବସରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା

Share this:

ନୂଆଦିଲ୍ଲୀ:ବର୍ତ୍ତମାନ ଆପଣ ବସରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା କରିପାରିବେ। ଆପଣ ଜାଣିଥିବେ ଯେ ଲୋକେ ଦିଲ୍ଲୀରୁ ଦିଲ୍ଲୀ ଯିବା ପାଇଁ ବିମାନ ବ୍ୟବହାର କରନ୍ତି। ଯଦି ଆପଣ ସାରା ବିଶ୍ୱ ଭ୍ରମଣ କରିବାକୁ ପସନ୍ଦ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ  ନିଶ୍ଚିତ ଖୁସି ଲାଗିବ। ବର୍ତ୍ତମାନ ଆପଣ ସଡ଼କ ପଥରେ ଦିଲ୍ଲୀରୁ ସିଧା ଲଣ୍ଡନ( London) ଯାଇପାରିବେ । ଏ ଏକଥା ଆମେ କହୁନୁ ଗୁରୁଗାଓଁର ଏକ ଘରୋଇ (Adventure Overland)  ଟ୍ରାଭେଲ୍ସ କମ୍ପାନୀ (Travels Company ) ଅଗଷ୍ଟ୧୫ ରେ ‘ବସ୍ ଟୁ ଲଣ୍ଡନ'( Bus Delhi to London ) ନାମକ ଏକ ବସ୍ ସେବା ଆରମ୍ଭ କରିଛି । ଏହି ବସ୍ ସହିତ ଆପଣ ୭୦ ଦିନ ମଧ୍ୟରେ ଦିଲ୍ଲୀରୁ ଲଣ୍ଡନରେ ପହଞ୍ଚିପାରିବେ।  

ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ୭୦ଦିନିଆ ଯାତ୍ରାରେ ଆପଣଙ୍କୁ ଅନ୍ୟ ୧୮ ଟି ଦେଶ ଦେଇ ଯିବାକୁ ପଡିବ। ଏହି ଦେଶଗୁଡ଼ିକରେ ଭାରତ, ମିଆଁମାର, ଥାଇଲ୍ୟାଣ୍ଡ, ଲାଓସ୍, ଚୀନ୍, କିର୍ଗିଜସ୍ଥାନ, ଉଜବେକିସ୍ତାନ, କାଜାଖସ୍ତାନ, ରୁଷ, ଲାଟଭିଆ, ଲିଥୁଆ, ପୋଲାଣ୍ଡ, ଚେକ ଗଣରାଜ୍ୟ, ଜର୍ମାନୀ, ନେଦରଲ୍ୟାଣ୍ଡ, ବେଲଜିୟମ, ଫ୍ରାନ୍ସ ଏବଂ ବ୍ରିଟେନ ଦେଇ ଆପଣ ସିଧା ଲଣ୍ଡନ ରେ ପହଁଚି ଯିବେ।  

ଭାରତୀୟ ସ୍ଵାଧୀନତାର ୭୪ ତମ ବର୍ଷ ଅବସରରେ ଆଡଭେଞ୍ଚର ଓଭରଲ୍ୟାଣ୍ଡ ( Adventure Overland ) ନାମକ ଏକ ଟ୍ରାଭେଲ କମ୍ପାନୀ ଦିଲ୍ଲୀରୁ ଲଣ୍ଡନ( Bus Delhi to London )  ପର୍ଯ୍ୟନ୍ତ ଏକ ବସ୍ ଯାତ୍ରା ଘୋଷଣା କରିଥିଲା। ଭ୍ରମଣକାରୀ କମ୍ପାନୀ ଦ୍ୱାରା ଦାବିକରିଥିବା ହୋଇଥିବା ଅନୁଯାୟୀ, ବସ୍ ୭୦ଦିନରେ ୨୦ ହଜାର କିଲୋମିଟର ଅତିକ୍ରମ କରିବ।

Also Read:

ମୋଦୀ ସରକାର ୬୫ଯୋଜନାରେ ୬୦,୮୬୫ କୋଟି ଟଙ୍କା ଓଡିଆ ଲୋକଙ୍କ ବ୍ୟାଙ୍କ ଖାତାରେ ଦେଇଛନ୍ତି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

୬୫ ବର୍ଷ ବୟସ୍କା ମହିଳାଙ୍କର ୧୪ ମାସରେ ଆଠଟି ସନ୍ତାନ ଜନ୍ମ ;ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ

FROM THE WEB

Share this: