Odisha Cyclone Sitrang: ବାତ୍ୟା ଛୁଇଁ ନପାରେ ଓଡ଼ିଶା! ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟରୁ ବିଦାୟ ନେବ ମୌସୁମୀ

Share this:

ଭୁବନେଶ୍ଵର: Odisha Cyclone Sitrang Updates ଓଡ଼ିଶାକୁ ପୁଣି ଥରେ ବାତ୍ୟା ଆଶଂକା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଯାହା ଆସନ୍ତା ୨୨ ତାରିଖରେ ଅବପାତର ରୂପ ନେବ।

ସୂଚନା ଅନୁସାରେ, ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତହୋଇଛି। ଏହା ୨୪ ତାରିଖ ମଧ୍ୟରେ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହି ବାତ୍ୟାର ନାମ ସି-ତ୍ରାଙ୍ଗ ନାମକରଣ କରାଯାଇଛି। ହେବାକୁ ଥିବା ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ୭ ଜିଲ୍ଲା ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାପାଇଁ ସ୍ୱତନ୍ତ୍ର ରିଲିଫ୍‍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଜିଲ୍ଲାର ସମସ୍ତ ଅଧିକାରୀ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

amazon_watch

ଓଡ଼ିଶା ଛୁଇବନି ବାତ୍ୟା

ବଡ଼ ଖବର ହେଉଛି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଛୁଇଁ ନପାରେ। ଆଜି ଏମିତି ଏକ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ଗତି କରିପାରେ। ୨୪ରେ ବାତ୍ୟା ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ। କିନ୍ତୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଜଣା ପଡିଛି। ଏଥିସହିତ ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମନା କରାଯାଇଛି। ୨୩ ରୁ ଓଡିଶା ଉପକୂଳର ଆଖପାଖ ସମୁଦ୍ର ବାରଣ କରାଯାଇଛି। ସେହିପରି ୨୨ ସୁଦ୍ଧା ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରି ଆସିବାକୁ ସୂଚନା ଜାରି କରା ଯାଇଛି।ସେହିପରି କଲିକତାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

amazon_shoes 199

ରାଜ୍ୟରେ ଘନ କୁହୁଡି

ସେହିପରି ଆଜି ସକାଳୁ ରାଜ୍ୟର କିଛି ଜିଲ୍ଲାରେ କୁହୁଡି ଦୃଶ୍ୟମାନ ହୋଇଛି। ବଲାଙ୍ଗୀରରେ ଘନ କୁହୁଡି ଦୃଶ୍ୟମାନ ହୋଇଛି ଯାହାର ଦୂରତା ୧୦୦ ମିଟର ରହିଥିବାବେଳେ କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହୋଇଛି। ଭବାନୀପାଟଣା ୨୦୦ ମିଟର, ଫୁଲବାଣୀ ଜିଲ୍ଲାରେ ୨୫୦ ମିଟର ପର୍ଯ୍ୟନ୍ତ କୁହୁଡି ଦେଖାଦେଇଛି।

ଓଡିଶାରୁ ମୌସୁମୀ ବିଦାୟ

ବାତ୍ୟା ଆଶଂକା ମଧ୍ୟରେ ଓଡିଶାର ଅନେକ ଅଞ୍ଚଳରୁ ଆଜି ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ  ଆଗାମୀ ୨ ଦିନ ମଧ୍ୟରେ ସମ୍ପୂର୍ଣ ଓଡିଶାରୁ ଅପସାରଣ ହୋଇଯିବ।

Read Also | Odisha 10th New Syllabus: ନବମ, ଦଶମ ପାଇଁ ନୂଆ ବିଷୟ, ୭୦୦ ମାର୍କର ବୋର୍ଡ ପରୀକ୍ଷା

Share this:

Leave a Reply

Your email address will not be published. Required fields are marked *