Breaking Newsଜାତୀୟ

କୋଭିଡ-୧୯ ବିଶ୍ଵରେ ଲକ୍ଷେ ଜନସଂଖ୍ୟା ତୁଳନାରେ ଭାରତର ମୃତ୍ୟୁ ସଂଖ୍ୟା ସର୍ବନିମ୍ନ

Share this:

ବିଶ୍ଵସ୍ୱାସ୍ଥ୍ୟ ସଂଗଠନର ୧୫୪ ତମ ରିପୋର୍ଟ ୨୨ ଜୁନ ରେ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଭାରତରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ତୁଳନାରେ ମୃତ୍ୟୁ ହାର ସର୍ବନିମ୍ନ ଥିବା ଦର୍ଶାଯାଇଛି। ଭାରତରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ମୃତ୍ୟୁ ହାର ୧.୦୦ ଥିବା ବେଳେ ବିଶ୍ଵରେ ଏହି ହାର ଭାରତଠାରୁ ଛଅଗୁଣ ରୁ ଅଧିକ। ବ୍ରିଟେନରେ କୋଭିଡ-୧୯  ସମ୍ପର୍କିତ ମୃତ୍ୟୁ ହାର ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୬୩.୧୩ ରହିଥିବା ବେଳେ ସ୍ପେନ, ଇଟାଲୀ ଏବଂ ଆମେରିକାରେ ଏହା ଯଥାକ୍ରମେ ୬୦.୬୦ , ୫୭.୧୯ ଏବଂ ୩୬.୩୦ ରହିଛି।

କୋଭିଡ-୧୯  ବୈଶ୍ଵିକ ମହାମାରୀର ପ୍ରତିଷେଧକ ଓ ସୁପରିଚାଳନା ଯୋଗୁଁ ଏଭଳି କମ ରୋଗୀ ଦେଖାଯାଉଛନ୍ତି ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ମୋଟ ଦୁଇ ଲକ୍ଷ ସଇଁତିରିଶି ହଜାର ଶହେ ପଞ୍ଚାନବେ  ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ କେବଳ ଗତ ଚବିଶ  ଘଣ୍ଟା ମଧ୍ୟରେ ୯ ହଜାର ଚାରିଶହ ଚାଳିଶ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥତା ହାର ୫୫.୭୭ ବୋଲି ଜଣାପଡିଛି ।

ଭାରତରେ ମାମଲାଗୁଡ଼ିକର ଶୀଘ୍ର ଚିହ୍ନଟ, ସମୟୋଚିତ ପରୀକ୍ଷଣ ଏବଂ ନୀରିକ୍ଷଣ, ବ୍ୟାପକ ଯୋଗାଯୋଗ ଅନୁସନ୍ଧାନ ଏବଂ ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ସହିତ ମୃତ୍ୟୁହାରକୁ ରୋକିବାରେ ସାହାଯ୍ୟ କରିଛି। କୋଭିଡ-୧୯  ର ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ଭାରତ ସରକାରଙ୍କ ଆଭିମୁଖ୍ୟର ଏହା ଏକ ସାକ୍ଷ୍ୟ।

ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆଜିସୁଦ୍ଧା କୋଭିଡ-୧୯  ରୋଗୀଙ୍କ ଆରୋଗ୍ୟ ହାର ୫୬.୩୮ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଲକ୍ଷ ଅଠଚାଳିଶ ହଜାର ଶହେ ଅଣାନବେ ଜଣ ରୋଗୀ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି। ବିଗତ ୨୪  ଘଣ୍ଟା ମଧ୍ୟରେ ଦଶ ହଜାର ନଅଶହ ଚଉରାନବେ ଜଣ  ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ବର୍ତ୍ତମାନ ଲକ୍ଷେ ଅଠସ୍ତରି ହଜାର ଚଉଦ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ବୋଲି ଜଣା ପଡିଛି ।

Share this: