୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସଂକ୍ରମଣ ହାର ୧୦%ରୁ କମ

Share this:

ନୂଆଦିଲ୍ଲୀ:ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬ ଲକ୍ଷ ୬୧ ହଜାର ୮୯୨ଟି କୋଭିଡ-୧୯ ନମୁନା ପରୀକ୍ଷା ହୋଇଥିଲା। ଏହାକୁ ମିଶାଇ ସମୁଦାୟ ୨ କୋଟି ୮ ଲକ୍ଷ ୬୪ ହଜାର ୭୫୦ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି ଏବଂ ନିୟୁତ ପିଛା ନମୁନା ପରୀକ୍ଷଣ ୧୫ ହଜାର ୧୧୯ କୁ ପହଞ୍ଚିଛି।

କୋଭିଡ-୧୯ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ ଏବଂ ଏକାନ୍ତବାସର ଲକ୍ଷ୍ୟ ନେଇ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ପ୍ରୟାସର ଫଳସ୍ଵରୂପ ଦେଶରେ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧିପାଇଛି। ଆଇସିଏମଆର ଉନ୍ନତ ପରୀକ୍ଷଣ ରଣକୌଶଳ ଦ୍ଵାରା ଭାରତରେ ପରୀକ୍ଷଣ ନେଟୱାର୍କ ବୃଦ୍ଧି ପାଇଛି।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାର ମାର୍ଗଦର୍ଶିକାରେ କୋଭିଡ-୧୯  ପ୍ରସଙ୍ଗରେ ଜନସ୍ୱାସ୍ଥ୍ୟ ଏବଂ ସାମାଜିକ ମାପଦଣ୍ଡ ନିୟନ୍ତ୍ରଣ କରିବା ପାଇଁ ଜନସ୍ୱାସ୍ଥ୍ୟ ମାନଦଣ୍ଡ ଉପରେ ସନ୍ଦିଗ୍ଧ ମାମଲାଗୁଡ଼ିକ ପାଇଁ ବ୍ୟାପକ ନଜର ରଖିବାକୁ ପରାମର୍ଶ ଦେଇଛି। ଡବ୍ଲୁଏଚଓ ପରାମର୍ଶ ଦେଇଛି ଯେ, ଗୋଟିଏ ଦେଶ ପ୍ରତି ଦଶ ଲକ୍ଷ  ଜନସଂଖ୍ୟାରେ ଦିନକୁ ୧୪୦  ପରୀକ୍ଷା କରିବା ଆବଶ୍ୟକ।

ଭାରତ ପ୍ରତି ଦଶ ଲକ୍ଷ  ଜନସଂଖ୍ୟାରେ ଦିନକୁ ହାରାହାରି ୪୭୯ ପରୀକ୍ଷଣ କରିବା ବେଳେ ୨୮ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ  ଦିନକୁ ୧୪୦ ଟି ନମୁନା ପରୀକ୍ଷା କରୁଛନ୍ତି, ଯାହା ଡବ୍ଲୁଏଚଓର ନିର୍ଦ୍ଧାରିତ ସଂଖ୍ୟା।

ଦିନକୁ ୧୦  ଲକ୍ଷ ପରୀକ୍ଷା କରିବାର ଲକ୍ଷ୍ୟରେ ପରୀକ୍ଷଣ କ୍ଷମତା ବୃଦ୍ଧି କରାଯାଉଛି। ବର୍ତ୍ତମାନ ଦେଶରେ ପରୀକ୍ଷାଗାର ସଂଖ୍ୟା ୧୩୫୬ ରହିଛି, ଯେଉଁଥିରେ ୯୧୭ ଟି ସରକାରୀ ଏବଂ ୪୩୯ଟି ବେସରକାରୀ ପରୀକ୍ଷାଗାର ରହିଛି।  ଏଥିରେ ରିଅଲଟାଇମ୍‌ ପିସିଆର ଭିତ୍ତିକ ୬୯୧ ଟି ଲ୍ୟାବ ରହିଛି । ସେଥିରେ ୪୨୦ ସରକାରୀ ଓ ୨୭୧ବେସରକାରୀ। ଟ୍ରୁ ନ୍ୟାଟ୍‌ ଭିତ୍ତିକ ଲ୍ୟାବ୍‌ ସମଗ୍ର ଦେଶରେ ୫୫୮ ରହିଥିବାବେଳେ ସେଥିରୁ ୪୬୫ଟି ସରକାରୀ ଏବଂ ୯୩ ଟି ବେସରକାରୀ। ସେହିଭଳି ଦେଶରେ ୧୦୭ ଟି ସିବିନାଟ୍‌ ଟେଷ୍ଟିଂ ଲ୍ୟାବ ରହିଛି । ସେଥିରୁ ୩୨ ଟି ସରକାରୀ ଏବଂ ୭୫ ଟି ଘରୋଇ।

Share this: