Covid19 : ରୋଗୀ ସଂଖ୍ୟା ୩ ଲକ୍ଷ ୫୪ ହଜାର , ମୃତ୍ୟୁ ସଂଖ୍ୟା ୧୧ ହଜାର ପାର
ଗତ ୨୪ ଘଣ୍ଟାରେ ଦେଶରେ ୨୦୦୩ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ପୂର୍ବରୁ ଦୈନିକ ମୃତ୍ୟୁ ସଂଖ୍ୟା ୪୦୦ ମଧ୍ୟରେ ରହୁଥିବା ବେଳେ ହଠାତ୍ ତାହା ୨୦୦୦ ଅତିକ୍ରମ କରିବା ବେଶ୍ ଚିନ୍ତାର ବିଷୟ ପାଲଟିଛି। ଏହା ସହିତ ଆମ ଦେଶରେ ମୃତ୍ୟୁ ସଂଖ୍ୟା ୧୧ ହଜାର କୁ ପାର କରିଛି । ବର୍ତ୍ତମାନ ଗୋଟିଏ ଦିନରେ ୧୦ ହଜାର ୯୭୪ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୫୪ ହଜାର ୬୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ୧ ଲକ୍ଷ ୫୫ ହଜାର ୨୨୭ ରୋଗୀ ସକ୍ରିୟ ଥିବାବେଳେ ୧ ଲକ୍ଷ ୮୬ ହଜାର ୯୩୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦିନକୁ ଦିନ ମହାରାଷ୍ଟ୍ର ଚିନ୍ତା ବଢାଉଛି । ଏଠାରେ ରୋଗୀ ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୪୫ରେ ପହଞ୍ଚିଛି। ଏଠାରେ ୫୫୩୭ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୪୦୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଦିଲ୍ଲୀରେ ଗୋଟିଏ ଦିନରେ ୪୩୭ ଜଣଙ୍କ ମୃତ୍ୟୁ ଘଟିଛି ।