Covid-19 Odisha Updates: ଆଜି ୧୬ ଜିଲ୍ଲାରୁ ୮୬ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରୁ ଆଜି ୧୬ ଜିଲ୍ଲାରୁ ୮୬ ଜଣ କରୋନା (Corona) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮୭ ଜଣ ଚିହ୍ନଟ ହୋଇଥିଲେ। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୬ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି, ଅନୁଗୋଳ ଜିଲ୍ଲାରୁ ୧ଜଣ, ବାଲେଶ୍ଵରରୁ ୭ଜଣ, ବରଗଡ଼ରୁ ୧ଜଣ,  ବଲାଙ୍ଗୀରି ଜିଲ୍ଲାରୁ ୩ଜଣ, କଟକରୁ ୯ଜଣ, ଦେଓଗଡରୁ ୩ଜଣ, ଯାଜପୁରରୁ ୪ଜଣ, ଝାରସୁଗୁଡାରୁ ୭ଜଣ, କେଉଁଝରରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ, ମୟୁରଭଞ୍ଜରୁ ୮ଜଣ, ପୁରୀରୁ ୧୨ଜଣ, ସମ୍ବଲପୁରରୁ ୧୬ଜଣ, ସୁନ୍ଦରଗଡରୁ ୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୩ ଲକ୍ଷ ୪୧ ହଜାର ୯୧୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ  ୩୭ ହଜାର ୨୭୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୨ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୪ ହଜାର ୫୭୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୩୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read |WhatsApp କଲିଂରେ ଅଧିକ ଡାଟା ଖର୍ଚ୍ଚ ହେଉଛି କି? ଆପଣାନ୍ତୁ ଏହି କୌଶଳ

Share this: