ଭାରତରେ ଦିନକରେ ସର୍ବାଧିକ ୩୦ ହଜାର କରୋନା ସଂକ୍ରମିତ ସୁସ୍ଥ
ନୂଆଦିଲ୍ଲୀ : କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ ଗୋଟିଏ ଦିନରେ ସୁସ୍ଥତା ହାରରେ ଅଭୂତପୂର୍ଣ୍ଣ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୫୫୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି, ଯାହାକି ଏପର୍ଯ୍ୟନ୍ତ ଦିନକରେ ସୁସ୍ଥ ହୋଇଥିବା ସଂଖ୍ୟାରେ ସର୍ବାଧିକ। ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୮୨ ହଜାର ୬୦୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥତା ହାର ଶତକଡା ୬୩.୧୮ ରେ ପହଞ୍ଚିଛି। କୋଭିଡ-୧୯ ପରିଚାଳନା ଦିଗରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶିତା ଯୋଗୁଁ ଏହା ସମ୍ଭବ ହୋଇଛି।
କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମିଶି ବ୍ୟାପକ ପରୀକ୍ଷା କରିବା, ପ୍ରଭାବଶାଳୀ ଆବଦ୍ଧାଞ୍ଚଳର ବ୍ୟବସ୍ଥା ଓ ଦକ୍ଷ ଉପଚାର ଯୋଗୁଁ ଏହା ସମ୍ଭବ ହୋଇଛି। ଏହାଛଡା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିଶେଷଜ୍ଞମାନଙ୍କ ପରାମର୍ଶ, ଯୁଗ୍ମ ତଦାରଖ ଦଳ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍ସର ବିଷାରଦ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ, ଆଇସିଏମଆର ଓ ଏନସିଡିସିର ସମନ୍ଵୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି। କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ବିଶେଷଜ୍ଞ ଥିବା କେନ୍ଦ୍ରୀୟ ଦଳ ପଠାଇ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏମ୍ସ ପକ୍ଷରୁ ବିଭିନ୍ନ ରାଜ୍ୟର କୋଭିଡ ହସ୍ପିଟାଲଗୁଡିକରେ ଥିବା ଚିକିତ୍ସକମାନଙ୍କୁ ଟେଲି ଯୋଗାଯୋଗ ଜରିଆରେ ପରାମର୍ଶ ଦିଆଯାଉଛି । ଏଭଳି ସମନ୍ଵିତ ପଦକ୍ଷେପ ଯୋଗୁଁ ମୃତ୍ୟୁ ହାର ଖୁବ କମ ରହିଛି । ଏହା ୨.୪୧ ପ୍ରତିଶତ ଥିବା ବେଳେ କ୍ରମଶଃ ଦ୍ରୁତ ହ୍ରାସ ପାଉଛି ।
ଏହାଫଳରେ ପ୍ରକୃତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ବର୍ତ୍ତମାନ ଡେ ଦେଶରେ ୪ ଲକ୍ଷ ୨୬ ହଜାର ୧୬୭ ଜଣ ସକ୍ରିୟ ରୋଗୀ ଅଛନ୍ତି ।