ଆଜି ରାଜ୍ୟରେ ଆଉ ୧୭୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧୭୮୫ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୪  ହଜାର ୮୦୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମଜିଲ୍ଲାରୁ ୪୦୪   ଜଣ, ଖୋର୍ଦ୍ଧାରୁ ଜିଲ୍ଲାରୁ ୨୬୩  ଜଣ,କଟକ ଜିଲ୍ଲା ରୁ ୧୨୬ ଜଣ,ସମ୍ବଲପୁର ରୁ ୧୨୬ ଜଣ ,କେଉଁଝର ରୁ ୧୦୧ ଜଣ, ମାଲକାନଗିରି ଜିଲ୍ଲା ରୁ ୯୧ ଜଣ,କନ୍ଧମାଳରୁ ୮୪ ଜଣ, ରାୟଗଡା ରୁ ୮୧ଜଣ, ଗଜପତି ରୁ ୮୦ ଜଣ,ଢେଙ୍କାନାଳ ରୁ ୬୦ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୦ ଜଣ, ଯାଜପୁର ରୁ ୪୯ ଜଣ,କଳାହାଣ୍ଡି ରୁ ୪୮ ଜଣ, ବାଲେଶ୍ଵର ରୁ ୩୨ ଜଣ, ନୟାଗଡରୁ ୩୧ ଜଣ, ସୁନ୍ଦରଗଡ ରୁ ୩୦ ଜଣ, ଭଦ୍ରକ ରୁ ୨୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୪  ଜଣ,ପୁରୀରୁ ୨୨ ଜଣ, ବରଗଡ଼ ଓ ନୂଆପଡ଼ା ରୁ ୧୦ ଜଣ ଲେଖାଏଁ , ନବରଙ୍ଗପୁର ଜିଲ୍ଲାରୁ ୮ ଜଣ, କୋରାପୁଟ ଓ ଜଗତସିଂପୁର ଜିଲ୍ଲାରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗୀରି ରୁ ୫ ଜଣ,ବୌଦ୍ଧ ରୁ ୪ ଜଣ, ଝାରସୁଗୁଡାରୁ ୩ ଜଣ ଏବଂ ଦେବଗଡ ରୁ ଜଣେ ସୁସ୍ଥ ହୋଇଛନ୍ତି।   

Share this: