Covid19 Odisha Updates: ରାଜ୍ୟରେ ରେକର୍ଡ ସଂଖ୍ୟକ ୮୭୯ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶାରେ କରୋନା (Corona Virus) ବଢିଚାଲିଛି। ଦୈନିକ ସଂକ୍ରମଣ ଦ୍ରୁତଗତିରେ ବଢୁଛି। ଗତକାଲି ରାଜ୍ୟରୁ ୭୯୧କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜି ୨୮ ଜିଲ୍ଲାରୁ ୮୭୯ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୫୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୬୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୪୪ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୨୦ଜଣ, ବାଲେଶ୍ଵରରୁ ୨୨ଜଣ, ବରଗଡ଼ରୁ ୫୩ ଜଣ, ଭଦ୍ରକରୁ ୧୭ଜଣ, ବଲାଙ୍ଗରିରୁ ୨୬ଜଣ,ବୌଦ୍ଧରୁ ଜଣେ, କଟକରୁ ୫୦ଜଣ, ଦେଓଗଡ଼ରୁ ଜଣେ, ଗଜପତିରୁ ଜଣେ, ଗଞ୍ଜାମରୁ ୩୧ଜଣ, ଜଗତସିଂପୁରରୁ ୨ଜଣ, ଯାଜପୁରରୁ ୧୫ଜଣ, ଝାରସୁଗୁଡାରୁ ୨୩ଜଣ, କଳାହାଣ୍ଡିରୁ ୪୩ଜଣ, କନ୍ଧମାଳରୁ ୫ଜଣ, କେଉଁଝରରୁ ୨୫ଜଣ, କୋରାପୁଟରୁ ୫ଜଣ, କେନ୍ଦ୍ରାପଡ଼ାରୁ ୯ଜଣ, ମୟୁରଭଞ୍ଜରୁ ୨୯ଜଣ, ନବରଙ୍ଗପୁରରୁ ୧୯ଜଣ, ନୟାଗଡ଼ରୁ ୬ଜଣ, ନୂଆପଡ଼ାରୁ ୬୧ଜଣ, ପୁରୀରୁ ୪୫ଜଣ, ରାୟଗଡାରୁ ୧୩ଜଣ, ସମ୍ବଲପୁରରୁ ୪୮ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡରୁ ୧୩୧ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୨ ଲକ୍ଷ ୭୫ହଜାର ୬୩୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୪୫ହଜାର ୫୨୬  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୪୬ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୮  ହଜାର ୬୬୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୮୮୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Share this: