Odisha Covid19: ଆଜି ରାଜ୍ୟରେ ରେକର୍ଡ ୪୭୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ,୧୬ ଜଣ ମୃତ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୪ ହଜାର ୭୬୧ ଜଣ କରୋନା (Corona) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୭୦ ହଜାର ୧୯୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧୭୩  ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୪୧୧ ଜଣ, ବରଗଡ଼ରୁ ୧୪୧ ଜଣ, ଯାଜପୁରରୁ ୧୪୨ ଜଣ, ମୟୁରଭଞ୍ଜରୁ ୨୧୬ ଜଣ, ଭଦ୍ରକରୁ ୮୬ ଜଣ, ବାଲେଶ୍ଵରରୁ ୧୩୭ ଜଣ, ଢେଙ୍କାନାଳରୁ ୯୮ ଜଣ, ପୁରୀରୁ ୧୦୯ ଜଣ, ଜଗତସିଂପୁରରୁ ୧୦୩ ଜଣ, ରାୟଗଡାରୁ ୫୧ ଜଣ, ଗଞ୍ଜାମରୁ ୫୬ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୯୧ ଜଣ, ଅନୁଗୋଳରୁ ୧୦୧ ଜଣ, ନୟାଗଡ ୪୨ ଜଣ, ସୋନପୁରରୁ ୧୦୩ ଜଣ, ବଲାଙ୍ଗୀରରୁ ୬୫ ଜଣ, ସୁନ୍ଦରଗଡରୁ ୧୬୭ ଜଣ, ଝାରସୁଗୁଡାରୁ ୯୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧୪ ଜଣ, କେନ୍ଦ୍ରାପଡା ୮୯ ଜଣ, କୋରାପୁଟରୁ ୧୦୨ ଜଣ, କେଉଁଝରରୁ ୯୦ ଜଣ, କନ୍ଧମାଳରୁ ୮୯ ଜଣ, ନୂଆପଡ଼ାରୁ ୫୩ ଜଣ, କଳାହାଣ୍ଡିରୁ ୯୭ ଜଣ, ଗଜପତିରୁ ୧୩ ଜଣ, ବୌଦ୍ଧରୁ ୬୧ ଜଣ, ମାଲକାନଗିରି ଜିଲ୍ଲାରୁ ୬୬ ଜଣ ଏବଂ ଦେଓଗଡରୁ ୧୬  ଜଣ ଏବଂ ଷ୍ଟେଟ୍ ପୁଲରୁ ୫୮୭ ସୁସ୍ଥ ହୋଇଛନ୍ତି।

ସେହିପରି ଓଡ଼ିଶାରେ ଆଜି କରୋନାରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ଜଣ ମୃତ୍ୟୁବରଣ କରିଥିବାବେଳେ କୋରାପୁଟ ଓ ପୁରୀରୁ ୩ଜଣ ଲେଖାଏଁ, ଯାଜପୁର, ଜଗତ୍‍ସିଂହପୁର, କଟକ, ମୟୂରଭଞ୍ଜ, ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Also Read:

IPL 2020: ଅନୁଷ୍କାଙ୍କ ଜବାବପରେ, ଗାଭାସ୍କରଙ୍କ ସଫେଇ ସେ ମହିଳା ବିରୋଧୀ ବିବୃତ୍ତି ଦେଇ ନାହାଁନ୍ତି; ଜାଣନ୍ତୁ କଣ କହିଛନ୍ତି ଗାଭାସ୍କର…

Share this: