ଆଜି ରାଜ୍ୟରେ ୧୫୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ,ମୋଟ ସୁସ୍ଥ ୪୦ ହଜାର ୭୨୬
ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୧୫୨୧ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୦ ହଜାର ୭୨୬କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୭୨ ଜଣ, ଖୋର୍ଦ୍ଧାରୁ ଜିଲ୍ଲାରୁ ୨୩୧ ଜଣ, କଟକ ଜିଲ୍ଲାରୁ ୧୬୬ଜଣ, ରାୟଗଡା ରୁ ୯୩ ଜଣ, ସୁନ୍ଦରଗଡରୁ ୮୯ ଜଣ,ପୁରୀରୁ ୮୦ ଜଣ, ନୟାଗଡରୁ ୫୬ ଜଣ, ଗଜପତି ରୁ ୫୪, ସମ୍ବଲପୁର ରୁ ୫୪ ଜଣ, ଯାଜପୁରରୁ ୫୨ ଜଣ, , କୋରାପୁଟ ରୁ ୪୬ ଜଣ, ଭଦ୍ରକ ଓ କନ୍ଧମାଳ ରୁ ୨୬ ଲେଖାଏଁ, ମାଲକାନଗିରି ଜିଲ୍ଲା ରୁ ୨୨ ଜଣ, କେଉଁଝରରୁ ୧୯ ଜଣ, ଜଗତସିଂପୁର ଜିଲ୍ଲାରୁ ୧୬ ଜଣ,ଅନୁଗୋଳ,ବଲାଙ୍ଗୀରି ଓ କେନ୍ଦ୍ରାପଡ଼ା ରୁ ୧୩ ଜଣ ଲେଖାଏଁ , ଝାରସୁଗୁଡା ଓ ବରଗଡ଼ ରୁ ୧୦ଜଣ ଲେଖାଏଁ,ସୋନପୁର ରୁ ୯ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬ ଜଣ,ବୌଦ୍ଧ ରୁ ୫ ଜଣ ଏବଂ ନବରଙ୍ଗପୁର ଜିଲ୍ଲାରୁ ୨ଜଣ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ଆଜି ୯ କରୋନା ଜନିତ ମୃତ ,ମୃତ୍ୟୁ ସଂଖ୍ୟା ୩୩୩ କୁ ବୃଦ୍ଧି ହୋଇଛି।