Covid Odisha Updates: ଆଜି ଓଡିଶାରୁ ଆଉ ୩୪୫ କୋଭିଡ ପଜିଟିଭ ଚିହ୍ନଟ, ୭ ମୃତ୍ୟୁ   

Share this:

ଭୁବନେଶ୍ଵର: Odisha Covid News Updates ଆଜି ଓଡ଼ିଶାରୁ ଆଉ ୩୪୫  ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୧୧୧ ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୦୨ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୪୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୩୨ ଜଣ, ବାଲେଶ୍ଵରରୁ ୬ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୬ ଜଣ,ବଲାଙ୍ଗୀରିରୁ ଜଣେ, ବୌଦରୁ ୩ ଜଣ, କଟକରୁ ୫ ଜଣ, ଢେଙ୍କାନାଳରୁ ୩ ଜଣ, ଗଜପତିରୁ ୨୭ ଜଣ, ଗଞ୍ଜାମରୁ ୧୭ ଜଣ, ଝାରସୁଗୁଡାରୁ ୧୭ ଜଣ, କଳାହାଣ୍ଡିରୁ ୪ ଜଣ, କନ୍ଧମାଳରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୨ ଜଣ, ଖୋର୍ଦ୍ଧାରୁ ୨୫ ଜଣ, କୋରାପୁଟରୁ ଜଣେ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୧୬ ଜଣ, ନବରଙ୍ଗପୁରୁ ୫ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୭ ଜଣ, ପୁରୀରୁ ୪ ଜଣ, ରାୟଗଡାରୁ ୮ ଜଣ, ସୋନପୁରରୁ ଜଣେ, ସମ୍ବଲପୁରରୁ ୨୯ ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୯୦ ଲକ୍ଷ ୯୯ ହଜାର ୭ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୪ ହଜାର ୩୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮୨୫ ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୧ ହଜାର ୮୪୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ହଜାର ୩୭୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରିରାଜ୍ୟରେ ୭ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯ ହଜାର ୫୨ କୁ ବୃଦ୍ଧି ପାଇଛି।

Read Also | Indian Railways New Rules: ଏଥର ଟ୍ରେନରେ ଯାତ୍ରା ବେଳେ Mobile ରେ ଜୋରରେ କଥା ହେବା ମନା, ପାରିବେନି ଗୀତ ଶୁଣି 

Share this:

Leave a Reply

Your email address will not be published. Required fields are marked *